କରୋନା ସଂକ୍ରମଣ ମାମଲାରେ ଚୀନ୍‌କୁ ଟପିଲା ପାକିସ୍ତାନ, ୨୪ ଘଣ୍ଟାରେ ଗଲାଣି ୮୨ ଜଣଙ୍କ ପ୍ରାଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଚୀନ୍‌କୁ ଟପିଲା ପାକିସ୍ତାନ। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୪,୬୮୮ ନୂଆ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୨୪୬ ରହିଛି। ଅନ୍ୟପକ୍ଷେ ଚୀନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୧୬୦ ରହିଛି। ଚୀନ୍‌ ଏବେ ସଂକ୍ରମଣରେ ବିଶ୍ବରେ ୧୮ତମ ସ୍ଥାନରେ ରହିଛି। ପାକିସ୍ତାନରେ ବିଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣଙ୍କ ମୃତ୍ୟୁ ହେବା ସହ ସେଠାରେ ମୋଟ୍‌ ୧୭୭୦ ଜଣଙ୍କ ପ୍ରାଣ ଗଲାଣି।

corona newଅନ୍ୟପକ୍ଷେ ବ୍ରାଜିଲ୍‌ ଏବଂ ମେକ୍ସିକୋରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରାଜିଲ୍‌ରେ ଦିନକ ମଧ୍ୟରେ ୧୩୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୨ ହଜାର ୫୪୮ରେ ପହଞ୍ଚିଛି। ଅନ୍ୟପକ୍ଷେ ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୮ ହଜାର ୬୩୩ ନୂଆ ମାମଲା ଚିହ୍ନଟ ହୋଇଛି।