୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଜ ଦେଶରେ ଦେବେ ଦର୍ଶନ

ପୁରୀ : ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନସିହ୍ନାସନରୁ ଶ୍ରୀଜିଉମାନେ ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ କୁମ୍ଭ ଜଳ, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କର ୧୮ କୁମ୍ଭ ଜଳରେ ସ୍ନାନ କରୁଛନ୍ତି । ଏହାପରେ ହାତୀ ବେଶରେ ଶ୍ରୀଜିଉଙ୍କୁ ସଜ୍ଜିତ କରାଯିବ। ସୀମିତ ସେବାୟତଙ୍କ ଉପସ୍ଥିତିରେ ଚାଲିଛି ନୀତିକାନ୍ତି।
ସୂଚନା ଅନୁଯାୟୀ, ରାତି ୧ଟା ୨୫ରେ ମଙ୍ଗଳାର୍ପଣ ପରେ ୧ଟା ୪୦ରେ ଆରମ୍ଭ ହୋଇଥିଲା ପହଣ୍ଡି। ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି ନୀତିକାନ୍ତି । ସେପଟେ ଗତକାଲି ସଂଧ୍ୟାରୁ ୬ ତାରିଖ ସକାଳ ଯାଏ ବଡ଼ଦାଣ୍ଡର ମରିଚିକୋଟ ଛକରୁ କାକୁଡ଼ିଖାଇ ଛକ ଯାଏ ଜାରି ରହିଛି ୧୪୪ ଧାରା । ଶ୍ରୀମନ୍ଦିର ଚାରିପାଖରେ ବି ୧୪୪ ଧାରା ବି ଜାରି ହୋଇଛି।