Below header

ବଜେଟରେ ପୂର୍ବତଟ ରେଳବାଇକୁ ୧୩ ପ୍ରତିଶତ ଅଧିକ ଅନୁଦାନ , ତାଳଚେର-ଅନୁଗୁଳ ମଧ୍ୟରେ ନୂଆ ଲାଇନ୍‌

ଭୁବନେଶ୍ବର(କେନ୍ୟୁଜ୍) : ୨୦୧୯-୨୦ ବଜେଟ୍‌ରେ ପୂର୍ବତଟ ରେଳବାଇକୁ ମିଳିଛି ୭ ହଜାର ୧୦ କୋଟି ଟଙ୍କା । ଯାହା ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ । ନୂଆ ରେଳପଥ ପାଇଁ ୨ ହଜାର ୬୩୦ କୋଟି ଟଙ୍କା ମିଳିଛି । ଯାହା ଗତ ବର୍ଷ ତୁଳନାରେ ୬୭ ପ୍ରତିଶତ ଅଧିକ । ଯାତ୍ରୀଙ୍କ ସୁବିଧା ପାଇଁ ୧୮୧ କୋଟି ଟଙ୍କା ମଂଜୁର ହୋଇଛି । ଏହା ଗତ ବର୍ଷ ତୁଳନାରେ ୮୨ କୋଟି ଟଙ୍କା ଅଧିକ । ତାଳଚେର-ଅନୁଗୁଳ ୧୪.୫ କିଲୋମିଟରର ନୂଆ ରେଳପଥ ଘୋଷଣା ହୋଇଛି । ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇଛି ୨୭୮ କୋଟି ଟଙ୍କା ।

ଆସନ୍ତୁ ଜାଣିବା କେଉଁ ପ୍ରକଳ୍ପକୁ କେତେ ଅର୍ଥ ମିଳିଛି :

ଅନୁଗୁଳୁ-ସୁକିନ୍ଦା ରୋଡ୍‌ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ପାଇଁ ୪ଶହ କୋଟି, ଖୋର୍ଦ୍ଧାରୋଡ୍‌-ବଲାଙ୍ଗିର ପାଇଁ ୩୫୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଓ ଜୟପୁର ନବରଙ୍ଗପୁର ପାଇଁ ୧୦ କୋଟି ଟଙ୍କା ମଂଜୁର ହୋଇଛି । ରେଳପଥ ଦୋହରୀକରଣ ସହ ଥାର୍ଡ ଲାଇନକୁ ନେଇ ସମ୍ବଲପୁର-ତାଳଚେର ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୧୭୦ କୋଟି, ବାଂଶପାଣି-ଦୈତାରୀ-ଟମ୍‌କା-ଜଖପୁରା ପାଇଁ ୮୫ କୋଟି, ଭଦ୍ରକ-ନିର୍ଗୁଣ୍ଡି ପାଇଁ ୮୬ କୋଟି ଟଙ୍କା, ବିଜୟନଗରମ-ସମ୍ବଲପୁର ପାଇଁ ୩୫୦ କୋଟି ଟଙ୍କା, ଜରପଡ଼ା-ବୁଢ଼ାପଙ୍କ ପାଇଁ ୧୨୦ କୋଟି, ବୁଢାପଙ୍କ-ସାଲେଗାଁଓ ପାଇଁ ୨୧୦ କୋଟି ଟଙ୍କା, କୋରାପୁଟ-ସିଙ୍ଗପୁର ରୋଡ୍‌ ପାଇଁ ୨୦୫ କୋଟି ଟଙ୍କା, ମନୋହରପୁର-ବନ୍ଧମୁଣ୍ଡା ପାଇଁ ୧୫୦ କୋଟି ଟଙ୍କା ଓ ବନ୍ଧମୁଣ୍ଡା-ରାଉରକେଲା ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.