Below header

ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ, ରାଜସ୍ୱ ସେବା ନିୟମ ୧୯୮୩ର ପ୍ରସ୍ତାବିତ ସଂଶୋଧନ ଗୃହୀତ

ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ। ଓଡ଼ିଶା ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀରେ ରହିବ। ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ପଦବୀ ପୂରଣ ପାଇଁ ରାଜ୍ୟ ଷ୍ଟାଫ ସିଲେକ୍ସନ ଦ୍ୱାରା ପରିଚାଳିତ ଚୟନ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଆବେଦନର ସର୍ବୋଚ୍ଚ ବୟସସୀମା ୪୨ ବର୍ଷ ବୟସ ରଖାଯାଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପ୍ରଚଳିତ ନିର୍ଦ୍ଦେଶାବଳୀରେ ମଧ୍ୟ ଅଧ୍ୟାପକ ପଦ ପୂରଣ ପାଇଁ ଆବେଦନ କରିବାର କୌଣସି ସର୍ବୋଚ୍ଚ ବୟସସୀମା ନିର୍ଦ୍ଧାରଣ କରାଯାଇନାହିଁ । ହାଇକୋର୍ଟଙ୍କ ଆଦେଶର ଅନୁପାଳନ ପୂର୍ବକ ମେସର୍ସ ରିଲାଏନସ ପଲିଫାଇବର୍ସ ଲିିମିଟେଡ ଇଣ୍ଡଷ୍ଟ୍ରିଜଙ୍କ ଦ୍ୱାରା ପ୍ରସ୍ତାବିତ ୨କୋଟି ୧୫ଲକ୍ଷ ୬୪ ହଜାର ୬୪୮ ଟଙ୍କାର ଷ୍ଟାମ୍ପ ଶୁଳ୍କ ଛାଡ଼ ପ୍ରସ୍ତାବ କୁ ଅନୁମୋଦନ ମିଳିଛି । ରାଜସ୍ୱ କର୍ମଚାରୀଙ୍କ ଗୁଣାତ୍ମକ ଚୟନ ଓ ନିୟୋଜନ ପାଇଁ ଓଡ଼ିଶା ଜିଲ୍ଲା ରାଜସ୍ୱ ସେବା ନିୟମ ୧୯୮୩ର ପ୍ରସ୍ତାବିତ ସଂଶୋଧନ ମଧ୍ୟ କ୍ୟାବିନେଟରେ ଗୃହୀତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.