ବାରବାଟୀ ମ୍ୟାଚ୍‌ ପାଇଁ ଅନଲାଇନରେ ଟିକଟ କଳାବଜାରୀ, ୬୩୪ ଟଙ୍କା ଟିକଟର ମୂଲ୍ୟ ୧୫୦୦ ଟଙ୍କା

ବାରବାଟୀ ମ୍ୟାଚ୍‌ ପାଇଁ ଅନଲାଇନରେ ଟିକଟ କଳାବଜାରୀ । ୬୩୪ ଟଙ୍କା ଟିକଟର ମୂଲ୍ୟ ୧୫୦୦ ଟଙ୍କା । ମ୍ୟାଚ୍‌ ଯେତିକି ପାଖେଇ ଆସୁଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ସେତିକି ଉନ୍ମାଦନା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବାରବାଟୀରେ ଟିକଟ କଳାବଜାରୀ ସାମ୍ନାକୁ ଆସିଛି । ଅନଲାଇନ ବିଜନେସ ସାଇଟରେ ଟିକଟ ବିକ୍ରି ନେଇ ବିଜ୍ଞାପନ ପ୍ରକାଶ ପାଇଛି । ଡିସେମ୍ବର ୫ରେ ଅନଲାଇନରେ ଟିକଟ ବୁକିଂ କରିଥିବା ଦର୍ଶକ ଗତକାଲିଠାରୁ ନିଜର ଟିକଟ ସଂଗ୍ରହ କରୁଛନ୍ତି । ଜଣେ ବ୍ୟକ୍ତି ନିଜ ଟିକଟ ବିକ୍ରି ପାଇଁ OLX ସାଇଟରେ ବିଜ୍ଞାପନ ଦେଇଛନ୍ତି । ଏହି ବ୍ୟକ୍ତି ଅନଲାଇନରେ ବୁକିଂ କରି ବାରବାଟୀରେ ମ୍ୟାଚର ଟିକଟ ପାଇଛନ୍ତି । ପ୍ରତ୍ୟେକ ଥର ମ୍ୟାଚ୍‌ ସମୟରେ ଟିକଟର କଳାବଜାରୀ କଥା ସାମନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.