ସରକାର ଗଠନ ପୂର୍ବରୁ ଏନଡିଏର ବଢିଲା ଟେନସନ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ଦାବି କରୁଛନ୍ତି ପ୍ରମୁଖ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି । ଆଉ ଏଥିପାଇଁ ଏହି ଦୁଇ ଦଳ ଏବେ ପ୍ରମୁଖ ମନ୍ତ୍ରଣାଳୟ ଦାବି କରୁଛନ୍ତି । ଟିଡିପି ସୂତ୍ରରୁ ଜଣାପଡିଛି କି, ପାର୍ଟି ଏନଡିଏ ଆଗରେ ୬ଟି ବଡ ମନ୍ତ୍ରଣାଳୟ ଦାବି କରିଛି । ଟିଡିପି ଲୋକସଭା ସ୍ପିକର ପଦ ଚାହୁଛି ।

ଦିଲ୍ଲୀରେ ଗତକାଲି ହୋଇଥିବା ଏନଡିଏ ବୈଠକରେ ଟିଡିପି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁ ସାମିଲ ହୋଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡରେ ବସିଥିବାର ଦେଖିବାକୁ ମିଳିଛନ୍ତି । ନାଇଡୁଙ୍କ କଡରେ ନୀତିଶ କୁମାର ବସିଥିବା ଦେଖିବାକୁ ମିଳିଥିଲା । ଏନଡିଏର ସବୁଠରୁ ବଡ ପାର୍ଟି ଭାବେ ଏବେ ଟିଡିପି ରହିଛି । ଟିଡିପିକୁ ୧୬ଟି ସିଟ୍‌ ମିଳିବ । ଏହାପରେ ତୃତୀୟ ନମ୍ବରରେ ଜେଡିୟୁ ରହିଛି । ଏହା ପାଖରେ ୧୨ଟି ସାଂସଦ ରହିଛି । ଏନଡିଏର ସବୁଠାରୁ ବଡ ଦଳ ବିଜେପି ରହିଛି । ବିଜେପି ୨୪୦ ସିଟରେ ବିଜୟ ପାଇଛି ।

ତେବେ ଟିଡିପି ଅର୍ଥ ମନ୍ତ୍ରଣାଳୟ, ଜଳଶକ୍ତି ମନ୍ତ୍ରଣାଳୟ, ସଡ଼କ ପରିବହନ ଏବଂ ରାଜମାର୍ଗ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦାବି କରିଛି । ଏହାଛଡା ଲୋକସଭା ସ୍ପିକର ପଦ ମଧ୍ୟ ମାଗିଛି ଟିଡିପି । ପୂର୍ବରୁ ପାଟିର ଦିବଂଗତ ନେତା ଜିଏମସି ବାଲଯୋଗୀ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ସରକାରରେ ସ୍ପିକର ଭାବେ କାମ କରିଥିଲେ ।

ସେହିଭଳି ନୀତିଶ କୁମାର ମଧ୍ୟ ୩ଟି ପ୍ରମୁଖ ମନ୍ତ୍ରଣାଳୟ ଦାବି କରିଛନ୍ତି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ସହିତ ରେଳ, କୃଷି ଏବଂ ଅର୍ଥ ମନ୍ତ୍ରଣାଳୟ ଦାବି କରିଛି । ଏହା ମଧ୍ୟରେ ରେଳ ମନ୍ତ୍ରଣାଳୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଆଯାଇଛି ।

ମୋଦି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ପାଇଁ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦିଆଗଲାଣି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ୱିକ୍ରମ ସିଂଘେଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁଟାନ, ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୨୦୧୯ରେ BIMSTEC ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ ଏବଂ ମାଳଦ୍ୱୀପର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ ।

 

Leave A Reply

Your email address will not be published.