ନୂଆ ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଆଜି ଘୋଷଣା ହେବ ନାଁ

ଭୁବନେଶ୍ୱର (କେନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ । ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି । ଘୋଷଣା ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ । ରାଜ୍ୟ କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ନାଁ ଘୋଷଣା କରାଯିବ । ୨ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଆଜି ଓଡ଼ିଶା ଆସୁଛନ୍ତି । ବିଜେପି ସଂସଦୀୟ ବୋର୍ଡ ଏହେି ଦୁଇ ଜଣଙ୍କୁ ନିଯୁକ୍ତି ଦେଇ ଛି।

ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସର୍ବ ସମ୍ମତିକ୍ରମେ ବିଧାୟକ ଦଳ ବୈଠକରେ ଘୋଷଣା କରାଯିବ । କେନ୍ଦ୍ରୀୟ ନେତା ବାଛିଥିବା ନାଁକୁ ଉପସ୍ଥାପନା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି । ମନମୋହନ ସାମଲ ମଧ୍ୟ ରେସରେ ଆଗରେ ଅଛନ୍ତି । କେଭି ସିଂଦେଓ, ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ପ୍ରଭାତୀ ପରିଡ଼ା, ସୁରମା ପାଢ଼ୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେହିଭଳି ୨ ଜଣ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି ହୋଇପାରେ । ଆଜି ବିଧାୟକ ଦଳ ନେତା ଚୟନ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ। ସଜେଇ ହୋଇଛି ଜନତା ମୈଦାନ ।

Leave A Reply

Your email address will not be published.