Below header

ଜନ୍ମ ଦିନରେ ମାଉସୀ ଦେଇଥିବା ଉପହାର ସାଇକେଲଟି ଚୋରି ହୋଇଗଲା, ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଫେରିପାଇଲା ୮ ବର୍ଷର ଶିଶୁ

ଭୁବନେଶ୍ବର(କେନ୍ୟୁଜ୍):  କୁନି ଶିଶୁର ମୁହଁରେ ହସ ଫୁଟିଲା । ମିଳିଗଲା ଚୋରି ହୋଇଥିବା ସାଇକେଲ । ନିଜର ସାଇକେଲକୁ ଫେରି ପାଇ ଖୁସି ହୋଇଗଲେ ୮ ବର୍ଷର ଶିଶୁ । ଜନ୍ମ ଦିନରେ ମାଉସୀ ଦେଇଥିଲେ ସାଇକେଲ ଉପହାର । ତେବେ ଅତି ପ୍ରିୟ ସାଇକେଲଟି ଚୋରି ହୋଇଯାଇଥିଲା । ନୟାପଲ୍ଲୀ ପୋଲିସ ଚୋରି ସାଇକେଲକୁ ଉଦ୍ଧାର କରି ଫେରାଇଛି । କମିଶନରେଟ୍‌ ପୋଲିସର ଏହି ଛୋଟ ପ୍ରୟାସ ଶିଶୁଟିର ମୁହଁରେ ହସ ଫୁଟାଇଛି । ଆଉ ଖୁସିରେ କମିଶନରେଟ୍‌ ପୋଲିସକୁ ଥ୍ୟାଙ୍କ ୟୁ କହିଛି ।

ନୟାପଲ୍ଲୀ ଆଇଆରସି ଭିଲେଜ-୧୪୬ରେ ରହୁଛନ୍ତି ରାଜେଶ କୁମାର ଦାସ ପଟ୍ଟନାୟକ । ତାଙ୍କ ପୁଅ ପାର୍ଥ ଦାସ ପଟ୍ଟନାୟକଙ୍କୁ ଜନ୍ମଦିନରେ ମାଉସୀ ଏହି ସାଇକେଲଟି ଉପହାର ଦେଇଥିଲେ । ତେବେ ଏହା ଚୋରୀ ହୋଇଯାଇଥିଲା। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରାଜେଶ ଘରେ କେୟାର ଟେକର ଭାବେ କାମ କରୁଥିବା ପ୍ରଦୀପ ମହାନ୍ତଙ୍କୁ ଗିରଫ କରାଯାଇଛି । କିଛି ଦିନ ହେବ ସେ କାମକୁ ଆସୁନଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ସେ ସାଇକେଲ ଚୋରି କରି ନେଇଥିବା ଜଣାପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.