Below header

ଲଜ୍ଜା, ୯ ବର୍ଷର ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ଯା

କନ୍ଧମାଳ(କେନ୍ଯୁଜ୍) : ଦେଶରେ ଆଗକୁ ବଢ଼ିବା ସହ ବଢ଼ିଛି ଅପରାଧ। ପ୍ରତିଦିନ ଘଟୁଛି ଏକ ନରକୀୟ ଘଟଣା। ପୁଣି କନ୍ଧମାଳରେ ଦେଖିବାକୁ ମିଳିଛି ଲଜ୍ଜା । ଜଣେ ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ତାକୁ ଏକ ନାଳରେ ଫୋପାଡି ଦିଆଯାଇଥିବା କୁହାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଂଚଳରେ ଏହି ଘଟଣା ଘଟିଛି ।

kandhamal

ଗତକାଲି ଅପରାହ୍ନରେ ଶିଶୁଟି ନିଖୋଜ ଥିଲା । ସଂଧ୍ୟାରେ ମିଳିଥିଲା ନାବାଳିକାର ମୃତ ଦେହ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ ନାବାଳିକାର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ରାତିରୁ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.