କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ପୁରୀ (କେନ୍ଯୁଜ୍) :  ଆଜିଠାରୁ ପୁରୀରେ ଆରମ୍ଭ ହେବ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ । ତିନି ଦିନ ଧରି ଚାଲିବ ସମାବେଶ । ସେପଟେ ପୁଣି କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆସନ୍ତା ୨୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାଯ୍ୟର୍କାରିଣୀ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆଗାମୀ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ ପାଖରେ କିପରି ପହଞ୍ଚି ହେବ ସେ ନେଇ ମହିଳା ମୋର୍ଚ୍ଚା ସଦସ୍ୟଙ୍କୁ ଅମିତ ଶାହା ଦେଇ ପାରନ୍ତି ଗୁରୁମନ୍ତ୍ର ।

Leave A Reply

Your email address will not be published.