Below header

ବାଇକ୍‌ ଦୁର୍ଘଟଣାରେ ଆହତ ହେଲେ ମଦ୍ୟପ ଯୁବକ, ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ କଲେ ନାକେଦମ

ବ୍ରହ୍ମଗିରି(କେନ୍ୟୁଜ୍): ବାଇକ୍‌ ଦୁର୍ଘଟଣାରେ ଆହତ ହେଲେ ଯୁବକ । ଗୋଡ଼ ଭାଙ୍ଗି ଯାଇଛି । ଗଭୀର କ୍ଷତ ସୃଷ୍ଟି ହୋଇଛି । କିନ୍ତୁ ହସ୍ପିଟାଲରେ ଡାକ୍ତର ଚିକିତ୍ସା କରିବା ବେଳେ ଧରା ଛୁଆ ଦେଉ ନାହାନ୍ତି ଆହତ ଯୁବକ । ବରଂ ପାଟିତୁଣ୍ଡ କରୁଛନ୍ତି । ତାଙ୍କୁ ଚିକିତ୍ସା କରିବା ପାଇଁ ନାକେଦନ୍‌ ହୋଇଛନ୍ତି ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ । ଅଭିଯୋଗ ହୋଇଛି, ସଂପୃକ୍ତ ଯୁବକ ମଦ ନିଶାରେ ଚୁର୍‌ ହୋଇଛନ୍ତି । ନିଶାରେ ଥିବାରୁ ଚିକିତ୍ସା କରାଇ ଦଉ ନାହାନ୍ତି । ଏହି ଘଟଣା ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ରେବଣା ନୂଆଗାଁ ଡାକ୍ତରଖାନାର । ଆହତ ଯୁବକଙ୍କ ନାଁ ବୁଲୁ ପରିଡ଼ା ଓ ତାଙ୍କ ଘର ବ୍ରହ୍ମଗିରି ଥାନା ଅନ୍ତର୍ଗତ ବଡ଼ବେଣାକୁଡ଼ି ଗାଁରେ । ପରେ କିଛି ସ୍ଥାନୀୟ ଲୋକଙ୍କ ସହୟତାରେ ତାଙ୍କର ଚିକିତ୍ସା କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.