Below header

ଟ୍ରୋଲର୍ସଙ୍କ ଠାରୁ ବର୍ତ୍ତିବା ପାଇଁ ବହୁତ ଜଲଦି ଟ୍ଵିଟର ଆଣିବ ନୂଆ ଫିଚର, ଜାଣନ୍ତୁ ଏହାର କାମ

ମାଇକ୍ରୋବ୍ଲଗିଂଗ ସାଇଟ୍‌ ଟ୍ଵିଟର (Twitter) ବହୁତ ଜଲଦି ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଫିଚର ଜରିଆରେ ୟୁଜର୍ସମାନେ ନିଜର କୌଣସି ପୋଷ୍ଟରେ ଆସୁଥିବା ରିପ୍ଲାଇକୁ କଣ୍ଟ୍ରୋଲ କରିପାରିବେ। ଅର୍ଥାତ ଆପଣ ବର୍ତ୍ତମାନ ନିଷ୍ପତି କରିପାରିବେ କିଏ ଆପଣଙ୍କ ପୋଷ୍ଟରେ ରିପ୍ଲାଇ କରିପାରିବେ। ଏହି ଫିଚରର ସବୁଠାରୁ ବଡ ଫାଇଦା ହେଉଛି ଏହା ୟୁଜର ଟ୍ରୋଲର୍ସକୁ ନିୟନ୍ତ୍ରଣ କରିପାରିବ। ଏହି ନୂଆ ଫିଚର ଲଞ୍ଚ ହେବା ପୂର୍ବରୁ କମ୍ପାନୀ ପ୍ରଥମେ ଏହାର ପରୀକ୍ଷା କରିବ।

twitterଟ୍ଵିଟର ପ୍ରଡକ୍ଟ ଡିଭିଜନର ଭିପିଙ୍କ କହିବାନୁଯାୟୀ କମ୍ପାନୀର ମୁଖ୍ୟ ଉଦେଶ୍ୟ ହେଉଛି ଏହାଦ୍ୱାରା ୟୁଜରଙ୍କୁ ଅଧିକ ନିୟନ୍ତ୍ରଣରେ ରଖାଯିବ। ଟ୍ଵିଟର ଏହି ନୂଆ ଫିଚର ଦ୍ୱାରା ୟୁଜର୍ସଙ୍କୁ ଟ୍ରୋଲରଙ୍କ କବଳରୁ ରକ୍ଷା ପାଇବାରେ ସାହାଯ୍ୟ ମିଳିବ। ଏଥିସହ ଟ୍ଵିଟରର ଏହି ନୂଆ ଫିଚରରେ ୟୁଜରଙ୍କୁ କୌଣସି ପୋଷ୍ଟରେ ରିପ୍ଲାଇ କଣ୍ଟ୍ରୋଲ କରିବା ପାଇଁ ୪ଟି ଅପ୍ସନ ମିଳିବ, ଯାହା ସାହାଯ୍ୟରେ ଯୁଜରମାନେ ତାଙ୍କ ପୋଷ୍ଟରେ କିଏ ରିପ୍ଲାଇ କରିପାରିବ ସେ ନିଜେ ସ୍ଥିର କରିପାରିବେ।

Twitter_featଷ୍ଟେଟମେଣ୍ଟ

‘ନୋ ରିପ୍ଲାଇ ଫ୍ରମ ଏନିଓ୍ଵାନ’ ଅର୍ଥାତ ଯଦି ଆପଣ ଏହି ଅପ୍ସନ ବାଛୁଚନ୍ତି ତେବେ ଆପଣଙ୍କ ପୋଷ୍ଟରେ କୌଣସି ବ୍ୟକ୍ତି ରିପ୍ଲାଇ କରିପାରିବେ ନାହିଁ।

ପ୍ୟାନେଲ

ଯଦି ଏହି ଅପ୍ସନକୁ ଚୟନ କରୁଛନ୍ତି ତେବେ ଆପଣଙ୍‌କ ପୋଷ୍ଟରେ କେବଳ ସେହି ଲୋକମାନେ ରିପ୍ଲାଇ କରିପାରିବେ, ଯାହାଙ୍କୁ ପୋଷ୍ଟରେ ଟ୍ୟାଗ କରାଯାଇଛି।

ଗ୍ରୁପ୍‌

ଏହି ଅପ୍ସନ ବାଛିବା ଦ୍ୱାରା କେବଳ ୟୁଜରଙ୍କୁ ଅନୁଗାମୀ କରୁଥିବା ବ୍ୟକ୍ତି ଏବଂ ପୋଷ୍ଟରେ ମେଂସନ କରାଯାଇଥିବା ବ୍ୟକ୍ତି ରିପ୍ଲାଇ କରିପାରିବେ।

ଗ୍ଲୋବଲ

ଯଦି କୌଣସି ୟୁଜର ଏହି ଅପ୍ସନ ଚୟନ କରନ୍ତି ତେବେ ତାଙ୍କ ପୋଷ୍ଟରେ ଯେ କୌଣସି ବ୍ୟକ୍ତି ରିପ୍ଲାଇ କରିପାରିବେ।

Twitter-Image‘ହାଇଡ୍‌ ରିପ୍ଲାଇ’ ଫିଚର :

ଏହା ପୂର୍ବରୁ ଟ୍ଵିଟର ପୂର୍ବ ବର୍ଷ ନଭେମ୍ବରରେ ହାଇଡ ରିପ୍ଲାଇ ଫିଚର ଲଞ୍ଚ କରିଥିଲା। ଯଦି ଆପଣ କୌଣସି ରିପ୍ଲାଇକୁ ହାଇଡ କରିଦେଉଛନ୍ତି ତେବେ ଏହାପରେ ମଧ୍ୟ ଆପର ରିପ୍ଲାଇ ଚେକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗ୍ରେ କଲର୍‌ ର ଏକ ଆଇକନ୍‌ ଉପରେ କ୍ଲିକ୍‌ କରିବାକୁ ପଡିବ। କମ୍ପାନୀ କହିବାନୁଯାୟୀ ଟ୍ଵିଟରରେ ବାର୍ତ୍ତାଳାପ କରୁଥିବା ଲୋକ ଆମ ପାଇଁ ମହତ୍ୱପୂର୍ଣ୍ଣ ଏବଂ ଆମକୁ ଗ୍ରାହକଙ୍କ କଥାବାର୍ତ୍ତାକୁ ଶକ୍ତ ରଖିବା ପାଇଁ କାମ କରିବା ଉଚିତ। ଏହି ଫିଚର ଜରିଆରେ ୟୁଜର୍ସଙ୍କୁ ନିଜ ଟ୍ଵିଟରରେ ଆସୁଥିବା ରିପ୍ଲାଇକୁ ହାଇଡ୍‌ କରିବାରେ ସୁବିଧା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.