Below header

ମୟୂରଭଞ୍ଜ: ବାଲି ଉତ୍ତୋଳନକୁ ବିରୋଧ କରି ଜଣଙ୍କ ହତ୍ୟାକୁ ନେଇ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ):ବାଲି ଉତ୍ତୋଳନକୁ ବିରୋଧ କରି ଜଣଙ୍କୁ ହତ୍ୟାକୁ ନେଇ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ପୋଲିସ-ଲୋକ ମୁହାଁମୁହିଁ । ମୃତକ ହେଲେ ରାମଚନ୍ଦ୍ରପୁର ଗାଁର ମିଣ୍ଟୁ ତରାଇ । ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ଥାନା ଅଞ୍ଚଳର କିଛି ବାଲି ମାଫିଆ ଜମ୍ଭୀରା ନଦୀରୁ ବାଲି ଉତ୍ତୋଳନ କରୁଥିବା ବେଳେ ମିଣ୍ଟୁ ଏହାକୁ ବିରୋଧ କରିବାରୁ ତାଙ୍କୁ ଜେସିବି ମେସିନ ତଳେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ ଯୁବକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବିରେ ଅମର୍ଦ୍ଦାରୋଡା-ଚିତ୍ରଡା ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକ । ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.