Below header

ଖୁବ ଶୀଘ୍ର ଭାରତୀୟ ବଜାରକୁ ଆସିବ Realme ସ୍ମାର୍ଟ ଟିଭି, ସାଓମିକୁ ଦେବ କଡା ଟକ୍କର

ଭାରତୀୟ ବଜାରରେ ସ୍ମାର୍ଟଫୋନ କ୍ଷେତ୍ରରେ ସଫଳତା ହାସଲ କରିବା ପରେ କମ୍ପାନୀ ଏବେ ଅନ୍ୟ ପ୍ରଡକ୍ଟ ଗୁଡିକୁ ବି ଭାରତୀୟ ବଜାରରେ ଲଞ୍ଚ କରିବା ନେଇ ପ୍ରସ୍ତୁତି ଚଳାଇଛି । ସୂଚନା ମୁତାବକ କମ୍ପାନୀ ଖୁବ ଶୀଘ୍ର ନିଜ ପ୍ରସ୍ତୁତ ସ୍ମାର୍ଟ ଟିଭି ବଜାରରେ ଲଞ୍ଚ କରିବା ନେଇ ଯୋଜନା କରୁଛି । କମ୍ପାନୀ ଚିଫ ଏକଜୟୁକେଟିଭ ଅଫିସରଙ୍କ ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ସ୍ମାର୍ଟ ଟିଭି ଭାରତ ବଜାରରେ ଲଞ୍ଚ କରିବ । ଏହି ସ୍ମାର୍ଟ ଟିଭିରେ ପ୍ରିମିୟମ ଫିଚର୍ସ ଯେମିତିକି କ୍ୟୁଏଲଇଡି ଡିଷ୍ପ୍ଲେ, ୮ କେ ଭିଡିଓ ସପୋର୍ଟ , ଏଚ ଡି ଆର ୧୦ ପ୍ଲସର ସପୋର୍ଟ ମିଳିବ । କମ୍ପାନୀ ତରଫରୁ ଘୋଷଣା କରାଯାଇଥିଲା କି ଇଣ୍ଟରନେଟ ଅଫ ଥିନଂଗସ (ଫିଟ୍ନେସ ଟ୍ରେକର ଠାରୁ ଆରମ୍ଭ କରି ଅଡିଓ ପ୍ରଡକ୍ଟ) ପର୍ଯ୍ୟନ୍ତ କୁ ମଧ୍ୟ ଭାରତୀୟ ବଜାରରେ ଲଞ୍ଚ କରିବା ନେଇ ଲକ୍ଷ ରଖିଛି ।

real me smart tv

ମିଳିଥିବା ସୂଚନା ଅନୁଯାୟୀ ଏବେକା ସମୟରେ ଭାରତୀୟ ବଜାରରେ ସବୁଠୁ ଅଧିକ ରିଏଲ୍ମ ଫୋନ ହିଁ ଲୋକ ପ୍ରିୟତା ହାସଲ କରିଛି । କମ୍ପାନୀ ମୁଖ୍ୟଙ୍କ ଅନୁଯାୟୀ ସର୍ବ ପ୍ରଥମେ କମ୍ପାନୀ ତାର ସ୍ମାର୍ଟ ଟିଭିକୁ ଚୀନ ବଜାରରେ ଲଞ୍ଚ କରିବ । ପରେ ଭାରତୀୟ ବଜାରରେ ପ୍ରବେଶ କରାଇବା । ସାଓମି ୨୦୧୮ ମସିହାରେ ଭାରତରେ ସ୍ମାର୍ଟ ଟିଭି ଲଞ୍ଚ କରିବା ସହ ମାତ୍ର ୮ ମାସ ଭିତରେ ହିଁ କମ୍ପାନୀ ନିଜ ଲୋକପ୍ରିୟତା ହାସଲ କରିଥିଲା । ଏହାର ପରେ ପରେ ବନପ୍ଲସ, ମୋଟୋରୋଲା, ନୋକିଆ ପରି କମ୍ପାନୀ ମଧ୍ୟ ନିଜ ନିଜ ସ୍ମାର୍ଟ ଟିଭିକୁ ବଜାରରେ ଲଞ୍ଚ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.