Below header

ପଞ୍ଚାୟତ ସେବିକାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଲେ ଲୁଟେରା, ବାଇକ୍‌ରୁ ଖସିପଡ଼ି ହେଲେ ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ବାଇକରେ ଯାଉଥବା ବେଳେ ଲୁଟର ଶିକାର ହେଲେ  ଦମ୍ପତି। ବ୍ୟାଗ ଛଡାଇନେବା ବେଳେ ବାଇକରୁ ଖସି ଗୁରୁତର ହେଲେ ମହିଳା। ଏଭଳି  ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନଙ୍ଗପୁର ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଖମ୍ବାରି ଗାଁର ପଞ୍ଚାୟତ ସେବିକା ସସ୍ମିତା ଗୌଡ ନିଜ ସ୍ବାମୀଙ୍କ ସହ ଦିଗପହଣ୍ଡି ଆନ୍ଧ୍ରବ୍ୟାଙ୍କରୁ ଉଠାଇଥିବା. ୨୦ ହଜାର ସହିତ ନିଜ ପାଖରେ ଥିବା ୧୫ ହଜାରକୁ ଧରି ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ବାଟରେ  କିଛି ଦୁବ୍‌ତ୍ତ ଏହି ଦମ୍ପତିଙ୍କୁ ପିଛା କରିବା ସହ ଅନଙ୍ଗପୁର ଅଞ୍ଚଳରେ ସସ୍ମିତାଙ୍କ ବ୍ୟାଗ ଛଡାଇନେଇଥିଲେ। ଏହାକୁ ସସ୍ମିତା ବିରୋଧ କରିବାକୁ ଯାଇ ବାଇକରୁ  ଖସିପଡିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ଗୁରୁତର ଆହତ  ହୋଇ ପଡିଲେ ସସ୍ମିତା। ଏହି ରାସ୍ତାଦେଇ କୋଟିନଡା ଗ୍ରାମରୁ ଫେରୁଥିବା ଦିଗପହଣ୍ଡି ବିଡିଓ ହଳଧର ଶବର ଦେବଦୂତ  ସାଜି ଗୁରୁତର  ମହିଳାଙ୍କୁ ନିଜ ଗାଡିରେ ବସାଇ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ପରେ ସସ୍ମିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର  କରାଯାଇଥିବା ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.