Below header

ଜାଣନ୍ତୁ ମନ୍ଦିର ଯିବା ପଛରେ କଣ ରହିଛି ସ୍ୱାସ୍ଥ୍ୟ ସମ୍ପର୍କିତ ଲାଭ

ସାଧାରଣତଃ ମନ୍ଦିର ଯିବା ସହ ଧାର୍ମିକ ମହତ୍ୱ ଯୋଡି ହୋଇ ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ମନ୍ଦିର ଯିବାରେ କିଛି ସାଇଣ୍ଟିଫିକ୍‌ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ରହିଛି। ଯଦି ଆପଣ ପ୍ରତ୍ୟେକ ଦିନ ମନ୍ଦିର ଯାଉଛନ୍ତି ତେବେ ଏହାଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ କରାଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ୭ଟି ଫାଇଦା ବିଷୟରେ କହିବୁ, ଯାହା ପ୍ରତ୍ୟେକ ଦିନ ମନ୍ଦିର ଯିବା ଦ୍ୱାରା ମିଳିଥାଏ।

temple-ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ ପାଇଁ:

ମନ୍ଦିରକୁ ଖାଲି ପାଦରେ ଯିବା ଦ୍ୱାରା ପଜେଟିଭଏ ଏନର୍ଜି ପାଦ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରିଥାଏ। ଖାଲି ପାଦରେ ଚାଲିବାର କାରଣ ହେଉଛି ପାଦରେ ଥିବା ପ୍ରେସର ପଏଣ୍ଟ ଉପରେ ପ୍ରଭାବ ପଡିଥାଏ, ଯାହାଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ନିୟନ୍ତ୍ରଣ ରହିଥାଏ।

ଏକାଗ୍ରତା ବୃଦ୍ଧି କରିଥାଏ:

ପ୍ରତ୍ୟେକ ଦିନ ମନ୍ଦିର ଯିବା ଏବଂ ଭ୍ରୁଲତା ମଝିରେ ତିଲକ ଲଗାଇବା ଦ୍ୱାରା ଆମ ମୁଣ୍ଡର ଖାସ୍‌ ଅଂଶ ଉପରେ ପ୍ରଭାବ ପଡିତାଏ। ଏହାଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ।

bellଏନର୍ଜି ସ୍ତର ବଢାଇବା ପାଇଁ:

ରିସର୍ଚ୍ଚ ଅନୁଯାୟୀ ଯେତେବେଳେ ଆମେ ମନ୍ଦିରର ଘଣ୍ଟି ବଜାଇଥାଉ, ସେହି ସମୟରେ ୭ ସେକେଣ୍ଡ ପର୍ଯ୍ୟନ୍ତ ଆମ କାନରେ ତାହାର ଶଦ୍ଧ ଶୁଣାଯାଇଥାଏ। ଏହା ମାଧ୍ୟମରେ ଶରୀରରେ ଶାନ୍ତି ପହଞ୍ଚାଉଥିବା ଭଳି ୭ ପଏଣ୍ଟସ୍‌ ମଧ୍ୟ ଆକ୍ଟିଭ ହୋଇଥାଏ। ଏହାଦ୍ୱାରା ଏନର୍ଜି ସ୍ତର ବଢିବାରେ ସାହାଯ୍ୟ ମିଳିଥାଏ।

ଇମ୍ୟୁନିଟି ବଢାଇବା ପାଇଁ:

ମନ୍ଦିରରେ ଦୁଇ ହାତ ଯୋଡି ପୂଜା କରିବା ଦ୍ୱାରା ହାତ ଏବଂ ଆଙ୍ଗୁଠିର ସେହି ପଏଣ୍ଟସ୍‌ ଉପରେ ପ୍ରଭାବ ପଡିଥାଏ, ଯାହା ଶରୀରର ଅନେକ ପାର୍ଟସ୍‌ ସହ ଯୋଡି ହୋଇ ରହିଥାଏ। ଏହାଦ୍ୱାରା ଶରୀରରେ ଇମ୍ୟୁନିଟି ସିଷ୍ଟମ ବଢିଥାଏ।

saiବ୍ୟାକେଟରିଆରୁ ରକ୍ଷା ପାଇବା ପାଇଁ:

ମନ୍ଦିରରେ ଥିବା କର୍ପୂର ଏବଂ ଯଜ୍ଞ ଧୂଆଁ ବ୍ୟାକ୍ଟେରିଆ ଶେଷ କରିଥାଏ। ଏହାଦ୍ୱାରା ସଂକ୍ରମଣର ଭୟ ଦୂର ହୋଇଥାଏ।

ଚିନ୍ତା ଦୂର ହୋଇଥାଏ:

ମନ୍ଦିରର ଶାନ୍ତି ପରିବେଶ ଏବଂ ବ୍ୟକ୍ତିଙ୍କ ମଧୂର ବଚନ ମାନସିକ ସ୍ତରରେ ପ୍ରଭାବିତ କରିଥାଏ। ଏହାଦ୍ୱାରା ଚିନ୍ତା ଦୂର ହୋଇଥାଏ।

health-benefits-ଡିପ୍ରେସନ ଦୂର ହୋଇଥାଏ:

ପ୍ରତ୍ୟେକ ଦିନ ମନ୍ଦିର ଯିବା ଏବଂ ଭଗବାନଙ୍କ ଆଳତୀ ଗାଇବା ଦ୍ୱାରା ମସ୍ତିଷ୍କ ସଠିକ୍‌ ରୂପେ କାମ କରିଥାଏ। ଏହାଦ୍ୱାରା ଡିପ୍ରେସନ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.