Below header

ଖୋର୍ଦ୍ଧା: କାଳ ବୈଶାଖୀ ସାଜିଲା କାଳ, ଟାଙ୍ଗୀରେ ବଜ୍ରାଘାତରେ ଜଣେ କୃଷକର ମୃତ୍ୟୁ

ଟାଙ୍ଗୀ(କେନ୍ୟୁଜ): କାଳ ବୈଶାଖୀ ସାଜିଲା କାଳ । ବଜ୍ରାଘାତରେ ଜଣେ କୃଷକର ମୃତ୍ୟୁ ହୋଇଛି । ମୃତ କୃଷକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଟାଙ୍ଗୀ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର କେଳୁ ଚରଣ ସେଠୀ । ତାଙ୍କ ବୟସ ୬୮ । ସେ ବିଲକୁ ହଳ କରିବାକୁ ଯାଇଥିବା ବେଳେ ହଠାତ୍ ବିଜୁଳି ମାରିଥିଲା । ଫଳରେ ଘଟଣା ସ୍ଥଳରେ କୃଷକ ଜଣକ ଚେତଶୂନ୍ୟ ହୋଇ ପଡି ଯାଇଥିଲେ ।

lightning dead

ସ୍ଥାନୀୟ ଲୋକେ ତାଙ୍କୁ ଟାଙ୍ଗୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତଘୋଷଣା କରିଥିଲେ । ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.