Below header

ଭଦ୍ରକ: ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ଆରଡି ପଞ୍ଚାୟତରେ ଉଚ୍ଚ ସ୍ତରୀୟ ବୈଠକ, ଚିନ୍ତାରେ ପଞ୍ଚାୟତବାସୀ

ଚାନ୍ଦବାଲି(କେନ୍ୟୁଜ): ଲକ ଡାଉନ କଟକଣା କୋହଳ ହେଲା ପରେ ରାଜ୍ୟ ବାହାରେ ଫସି ରହିଥିବା ହଜାର ହଜାର ଶ୍ରମିକ ଫେରିବେ ଓଡିଶାକୁ । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତ କୁ ମଧ୍ୟ ଶତାଧିକ ଲୋକ ମଧ୍ୟ ଫେରିବେ । ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଲୋକ ଫେରିବା ପାଇଁ ପଞ୍ଜିକରଣ କରିପାରିଛନ୍ତି । ତେଣୁ ସେମାନଙ୍କୁ ନେଇ ଚିନ୍ତାରେ ପଞ୍ଚାୟତ ବାସୀ ।

migrnt

ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନଙ୍କୁ କିପରି ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖାଯିବ ସେମାନଙ୍କୁ କିପରି ଅଧିକ ସଚେତନ କରାଯିବ ଓ ଗାଁ ମାନଙ୍କରେ ସାମାଜିକ ଦୂରତାକୁ ମାନିଚଳିବା ଆଦି ପ୍ରସଙ୍ଗରେ ଆରଡି ପଞ୍ଚାୟତ ସରପଞ୍ଚ ଅଙ୍ଗନବାଡି କର୍ମୀ ,ଆଶା କର୍ମୀ,ଆରଡି ଫାଣ୍ଡି ଅଧିକାରୀ ଓ ୱାର୍ଡ ମେମ୍ବରଙ୍କ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ତେବେ ସମସ୍ତେ ସଜାଗ ରହି ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ମାନିବାକୁ କାର୍ଯ୍ୟ କରିବାକୁ ସରପଞ୍ଚ ନିବେଦନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.