ବନ୍ଦଥିବା କୋଠରୀରୁ ମିଳିଲା ମହିଳାଙ୍କ ମୃତଦେହ : ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ଟାଙ୍ଗୀ(କେ ନ୍ୟୁଜ) : ପୁଣି ବଧୂ ହତ୍ୟା ଅଭିଯୋଗ। ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱରରେ ଗଗନ ରାଉତ ନିଜ ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଦୀର୍ଘ ଦିନ ଧରି ତାଙ୍କ ପତ୍ନୀ ପାର୍ବତୀ ଅଜଣା ରୋଗରେ ପୀଡିତ ହୋଇ ଛଟପଟ ହେଉଥିଲେ। କିନ୍ତୁ ଏହାକୁ ଖାତିର ନ କରି ସ୍ୱାମୀ ତାଙ୍କୁ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ଟାଙ୍ଗୀ ପୋଲିସ ଶବ ଜବତ କରିବା ସହ ହତ୍ୟାକାରୀ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।