Below header

ପେଟ୍ରୋଲ ଦରରୁ ନିସ୍ତାର ପାଇଁ ପୁରୁଣା ମାରୁତି ୮୦୦ ଗାଡିକୁ ସୌର ଚାଳିତ କଲେ ଜନାର୍ଦ୍ଦନ

ବର୍ତ୍ତମାନ ସବୁଆଡେ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଥିବା ବେଳେ ଅନ୍ୟପଟେ କଷ୍ଟ ଦାୟକ ହେଉଛି ବଡୁଥିବା ପେଟ୍ରୋଲ ଦର । ଏ ସବୁ ଭିତରେ ଜଣେ ସାଧାରଣ ଲୋକ ପେଶି ହୋଇ ନିଜର ଦୈନନ୍ଦୀନ ଚାହିଦା ମେଂଟାଇବା କଷ୍ଟକର ହୋଇପଡିଛି । କେନ୍ଦୁଝର ଜିଲ୍ଲାର ଜନାର୍ଦ୍ଦନ ଗିରୀ ଯେକି ଜଣେ ବୃତିରେ ଇଲେକ୍ଟ୍ରୋନିକ୍ସ ମେକାନିକ ସେ ନିଜ ପୁରୁଣା ମାରୁତି ୮୦୦ ଗାଡିକୁ କରି ପାରିଛନ୍ତି ସୌର ଚାଳିତ । ତାଙ୍କର ୧ ବର୍ଷ ଧରି ଆରମ୍ଭ ହୋଇଥିବା ଚେଷ୍ଟା ଶେଷରେ ସଫଳ ହୋଇଛି । ଆଉ ଏବେ ପେଟ୍ରୋଲ ବଦଳରେ ସୌର ଚାଳିତ ଅଣପାରମ୍ପାରିକ ଶକ୍ତିକୁ ବ୍ୟବହାର କରି ସେ ନାତି ନାତୁଣୀଙ୍କୁ ବିଦ୍ୟାଳୟରେ ଛାଡିବା ଠାରୁ ଆରମ୍ଭ କରି ବଜାର ଆଦିର ସମସ୍ତ କାମ କରିପାରୁଛନ୍ତି । ବିନା ପ୍ରଦୂଷଣ ତଥା ବିନା ପେଟ୍ରୋଲ ଖର୍ଚ୍ଚରେ ସେ ନିଜ ଦୈନନ୍ଦିନ ସମସ୍ତ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.