ବିକିନି ପିନ୍ଧିଆସ ଆଉ ମାଗଣା ଟାଙ୍କି ଭର୍ତ୍ତି ତେଲ ପାଅ, ଆଉ ତା ପରେ . . .

ଆଜିର  ଦୁନିଆରେ ଲୋକଙ୍କ ମନରେ ରହୁଛି ଏକ ଉଦ୍ଭଟ୍ଟ ମାନସିକତା । ଯାହା କି କହିବାକୁ ଗଲେ ମାଗଣା  ପାଇଲେ ଆଲକାତରା ପିଇଯିବା ଭଳି। ଯେମିତି  ଏହି ଘଟଣାରୁ ଜଣାପଡିଛି।

एक रूसी गैस स्टेशन में बिकनी में लोग

ଋଷିଆର ସମାରା ଓଲବି ଏକ ତେଲ ଟଙ୍କିର ମାଲିକଙ୍କର ଅଦ୍ଭୁତ ଘୋଷଣା। କହିଲେ  ବିକିନ ପିନ୍ଧି ଆସିଲେ ଗ୍ରାହକଙ୍କୁ  ମିଳିବ ମାଗଣା ଟାଙ୍କି ଭର୍ତ୍ତି ତେଲ। ବାସ୍ ଏହି ଘୋଷଣା ଶୁଣିବା ପରେ ଯାହା ଘଟିଲା  ତାହା ଆପଣ ଦେଖିଲେ  ତାଜୁବ ହୋଇଯିବେ।ପେଟ୍ରୋଲ ମାଲିକ ଟିକେ ପବ୍ଲିସିଟି ଷ୍ଟଣ୍ଟ ପାଇଁ  ଏଭଳି  ଘୋଷଣା କରିଥିଲେ। ହେଲେ ଜାଣିନଥିଲେ  ଏଭଳି କିଛି ଘଟଣା ଘଟିଯିବ ଯାହା  ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିବ।

एक रूसी गैस स्टेशन में बिकनी में लोग

ପେଟ୍ରୋଲ  ମାଲିକଙ୍କ ଘୋଷଣା ଶୁଣି ଅନେକ ପୁରୁଷ ନିଜ କାରରେ ମାଗଣା ପେଟ୍ରୋଲ ପକାଇବା ପାଇଁ ବିକିନି ପିନ୍ଧି ତେଲ ଟାଙ୍କି ନିକଟକୁ ଆସିଥିଲେ। ଯେହେତୁ ପେଟ୍ରୋଲ ମାଲିକ ଏହି ଅଫରକୁ କେବଳ  ୩ ଘଣ୍ଟା ପାଇଁ  କରିଥିଲେ ତେଣୁ  ଲୋକଙ୍କ ମଧ୍ୟରେ  ବ୍ୟଗ୍ରତା ବଢିଯାଇଥିଲା।

एक रूसी गैस स्टेशन में बिकनी में लोगମାଗଣା ତେଲ ପକାଇବା ପାଇଁ ଆନେକ ଲୋକ ନିଜ ଝିଅର ବିକିନି ମଧ୍ୟ ପିନ୍ଧି ଆସିଯାଇଥିଲେ। ଏମିତି ବି କିଛି ଲୋକ ଆସିଥିଲେ ଯେଉଁମାନେ ପୁରା ଝିଅ ମାନଙ୍କ ବେଶଭୂଷା ଧରି ଆସିଥିଲେ ଯେମିତିକି ଗୋଡରେ ହାଇ ହିଲ ଓ ଦେହରେ ୨ ପିସ୍  ବିକିନି ଥିଲା।

एक रूसी गैस स्टेशन में बिकनी में लोग

ଏହି ମାଗଣା ପେଟ୍ରୋଲ ପାଇଁ ଲୋକ ମାନେ ନିଜ ପୋଷାକ ପରିବର୍ତ୍ତନ କରି ଆସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା । ଯାହାକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ  ପ୍ରତିକ୍ରିୟା ଦେଇଛନ୍ତି।

 

एक रूसी गैस स्टेशन में बिकनी में लोग

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.