Below header

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା: ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ରୋଗୀ ହନ୍ତସନ୍ତ, କ୍ଷତ ସ୍ଥାନ ପଚି ବାହାରିଲାଣି ପୋକ

ଭୁବନେଶ୍ୱର: ମେଡ଼ିକାଲ ବେଡ଼ ରେ ଛଟପଟ ହେଉଛି ରୋଗୀ । ଉପଯୁକ୍ତ ଚିକିତ୍ସା ନ ମିଳିବାରୁ କ୍ଷତ ସ୍ଥାନ ପଚି ପାଣି ବାହାରିବା ସହ ପୋକ ବାହାରିଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ । ଗତ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୋବାଇଲ ଚୋରି କେସ ନେଇ ଯୁବକ ଜଣଙ୍କୁ କିଛି ଯୁବକ ଛୁରା ମାଡ଼ କରିଥିଲେ । ଫଳରେ ତାଙ୍କର ପେଟରେ ଗଭୀର ଆଘାତ ହୋଇଥିଲା ।

ଚିକିତ୍ସା ପାଇଁ ତାଙ୍କୁ ବିଭିନ୍ନ ମେଡ଼ିକାଲକୁ ନେଇଥିଲେ ମଧ୍ୟ କେହି ମେଡ଼ିକାଲରେ ରଖିନଥିଲେ । ପରେ କ୍ୟାପିଟାଲ ହସ୍ପିଟାଲକୁ ଆଣିବା ସହ ଆଡ଼ମିଟ କରିଥିଲେ ପରିବାର ଲୋକେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କର କରୋନା ପୋଜିଟିଭ ବାହାରିଥିଲା । ଏହା ପରଠୁ ତାଙ୍କୁ ଆଉ କେହି ଚିକିତ୍ସା କରୁ ନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏପରିକି ତାଙ୍କର ଡ୍ରେସିଂ ବି କରାଯାଉନାହିଁ । ଫଳରେ କ୍ଷତ ସ୍ଥାନରେ ସଂକ୍ରମଣ ହୋଇ ପାଣି ବାହାରିବା ସହ ପୋକ ବାହାରୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.