Below header

ଅସଲି ଭାବି ନକଲି ଦେଶୀ ଘିଅ କିଣୁନାହାନ୍ତି ତ ଆପଣ, ଏହି ଉପାୟରେ କରନ୍ତୁ ଯାଞ୍ଚ

15ବର୍ତ୍ତମାନ ସମୟରେ ବଜାରରେ କୌଣସି ବି ଜିନିଷ ଅସଲି ମିଳୁନାହିଁ। ଲୋକମାନେ ଟଙ୍କା ରୋଜଗାର କରିବା ଆଳରେ ଜିନିଷକୁ ଭେଜାଲ କରିଦେଉଛନ୍ତି। ତେବେ ଖାଦ୍ୟ ଜିନିଷରେ ଭେଜାଲ ହେଲେ ଆପଣଙ୍କ ଟଙ୍କା ତ ବର୍ବାଦ ହେବ ତାହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ କିଛି ଜିନିଷକୁ ଆପଣ ନିଜେ ମଧ୍ୟ ଅସଲି ନକଲି ଜାଣିପାରିବେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ବଢ଼ିଆ ଘରୋଇ ତରିକା ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ମିନିଟ ମଧ୍ୟରେ ଜାଣିପାରିବେ ଆପଣ କିଣୁଥିବା ଘିଅ ଅସଲି ନା ନକଲି। ଆସନ୍ତୁ ଜାଣିବା କେମିତି ଜାଣିବେ କେଉଁଟା ନକଲି ଆଉ କେଉଁଟା ଅସଲି।

-ଘିଅ ଅସଲି ନା ନାହିଁ ଜାଣିବା ପାଇଁ ଏକ ଚାମଚ ଘିଅ ନେଇ ସେଥିରେ ପାଞ୍ଚ ବୁନ୍ଦା ଲୁଣ ପକାନ୍ତୁ। ଯଦି ଲୁଣ ପକାଇବା ପରେ ଘିଅର ରଙ୍ଗ ନାଲି ହୋଇଯାଉଛି ତାହେଲେ ଜାଣିବେ ଯେ ଆପଣ ଯେଉଁ ଘିଅ କିଣିବେ ବୋଲି ଭାବିଛନ୍ତି ତାହା ନକଲି। ଏହିଭଳି ଘିଅରେ ସିଝା ଆଳୁର ମିଶ୍ରଣକୁ ମିଶାଯାଇଥାଏ।

ghee-ଏହାବ୍ୟତୀତ ଆପଣ ଅନ୍ୟ ଏକ ଉପାୟରେ ମଧ୍ୟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଏକ ଚାମଜ ଘିଅ ସହିତ ୫ ଏମଏଲ ହାଇଡ୍ରୋକ୍ଲୋରିକ ଏସିଡ ମିଶାଇ ଦିଅନ୍ତୁ। ଯଦି ଘିଅର ରଙ୍ଗ ପରିବର୍ତ୍ତନ ହୋଇ ଲାଲ ହୋଇଯିବ ତାହେଲେ ଜାଣନ୍ତୁ ଘିଅ ନକଲି ଅଟେ।

-ଏହାଛଡା ୧୦୦ ଏମଏଲ ଘିଅ ନେଇ ସେଥିରେ ଅଳ୍ପ ଫରଫ୍ୟୁରଲ ଏବଂ ହାଇଡ୍ରୋକ୍ଲୋରିକ ଏସିଡ୍‌ ପକାଇ ଦିଅନ୍ତୁ। ଏଥିରେ ଆବଶ୍ୟକଅନୁସାରେ ଆଲକହଲ ବି ମିଶାଇ ଦିଅନ୍ତୁ। ଏମିତି କରିବାର ପ୍ରାୟ ୧୦ ମିନିଟ ପରେ ଘିଅର ରଙ୍ଗ ଲାଲ ହେବାକୁ ଲାଗିଥାଏ। ଏଥିରେ ବି ଜାଣିପାରିବେ ଘିଅରେ ମିଶ୍ରଣ କରାଯାଇଛି ନା ନାହିଁ।

-ସେହିପରି ଅସଲି ଏବଂ ନକଲି ଘିଅ ଜାଣିବା ପାଇଁ ଅଳ୍ପ ଚିନି ଏବଂ ହାଇଡ୍ରୋକ୍ଲୋରିକ ଏସିଡ ମିଶାଇ ମଧ୍ୟ ଘିଅର ଯାଞ୍ଚ କରିପାରିବେ। ଯଦି ଏମିତି କରିବା ପରେ ଘିଅର ରଙ୍ଗ ପରିବର୍ତ୍ତନ ହେଉଛି ଅଥବା ଲାଲ ଦେଖାଯାଉଛି ତାହେଲେ ଜାଣନ୍ତୁ ଏଥିରେ ଡାଲଡା ମିଶା ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.