ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

ଘଟଗାଁ: ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ। ମାମଲା ରୁଜୁ କଲେ କେଉଁଝର ହରିଚନ୍ଦନପୁରର ପ୍ରତାପ ଚନ୍ଦ୍ର ରାଉତ । ଘଟଗାଁ ରେ ଥିବା ଅନେକ ବ୍ୟବସାୟୀଙ୍କ ଜୀବନ ଜୀବିକା ତାରିଣୀ ମନ୍ଦିର ଖୋଲିବା ଉପରେ ନିର୍ଭର କରୁଛି। ଭକ୍ତମାନେ ମଧ୍ୟ ମାଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି।

ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରି ସରକାରଙ୍କ ଗାଇଡ଼ ଲାଇନ ମଧ୍ୟରେ ତାରିଣୀ ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାର, ମା ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ, ଟ୍ରଷ୍ଟର ଉପାଧ୍ୟକ୍ଷ ଥିବା କେନ୍ଦୁଝର ଉପଜିଲ୍ଲାପାଳ, କେନ୍ଦୁଝର ଜିଲାପାଳ ଓ ଏସପି, ପୋଲିସ ଡିଜି ଓ ଏଣ୍ଡୋମେଣ୍ଟ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।