Below header

ପୁରୀ: ଭାର୍ଗବୀ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ପୁରୀ(କେ ନ୍ୟୁଜ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଦାମୋଦରପୁର ଗାଁ ନିକଟରେ ଗତକାଲି ଏକ ବିରଳ ମାଛ ଉଦ୍ଧାର ହୋଇଛି । ଏହା ଏକ ବିରଳ ପ୍ରଜାତିର ମାଛ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଆଖପାଖର ଲୋକଙ୍କ ଖୁବ ଭିଡ ଜମିବାରେ ଲାଗିଛି । ସୂଚନା ଦେବା ଯୋଗ୍ୟକି, ସେହି ଗାଁର ଜଣେ ଯୁବକ ଭାର୍ଗବୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ ।

ଏହି ସମୟରେ ତାଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ଧରାପଡିଥିଲା । ଜାଲରେ ଧରାପଡ଼ିଥିବା ଏହି ମାଛ ଟିର ଓଜନ ପାଖାପାଖି ଏକ କିଲୋ ହେବ । ପରେ ବ୍ୟକ୍ତି ଜଣଙ୍କ ମାଛ ଟିକୁ ନିଜ ଗାଁକୁ ଆଣି ଏକ ବଡ ପାଣି ପାତ୍ରରେ ବଞ୍ଚାଇ ରଖିଛନ୍ତି । ଏହି ଧରଣର ମାଛ ପୂର୍ବରୁ ବି ଦେଖିଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.