Below header

କଟକର ଖାଲଖମା ଚିନ୍ତା ଏହି ଦୁଇ କୁନି ଶିଶୁଙ୍କୁ, ସ୍କୁଲ ସରିଗଲେ ଦାଦା ସହିତ ଚାଲିଆସନ୍ତି ଗାତ ପୋତିବାକୁ

ଏବେ ବର୍ଷା ଦିନ ଆସିଥିବା ବେଳେ କଟକ ସହର ଖାଲ ଖମାରେ ଭର୍ତ୍ତି। କଟକ ସହରର ପ୍ରମୁଖ ଛକ ବାଦାମବାଡ଼ି ଓ ପିଠାପୁର ତାରାଚାନ୍ଦପାଟଣାରେ ଥିବା ଖାଲକୁ ପ୍ରଶାନ୍ତ ସହିତ ଦୁଇ କୁନି ବାଳକ ମିଶି ପୋତିଛନ୍ତି।

କଟକ(କେନ୍ୟୁଜ୍): କଟକ ସହରର ଖାଲ ଖମା ଭର୍ତ୍ତି କରି ସମତୁଲ କରୁଛନ୍ତି ପିଠାପୁରର ସମାଜସେବୀ ଓ ତାଙ୍କ ପୁଅ ପୁତୁରା। କଟକ ପିଠାପୁରର ସମାଜସେବୀ ପ୍ରଶାନ୍ତ ରାଉତ ବିଭିନ୍ନ ପ୍ରକାରର ସମାଜସେବା କରି ଆସୁଛନ୍ତି ଦୀର୍ଘ ଦିନ ଧରି। ଏବେ ବର୍ଷା ଦିନ ଆସିଥିବା ବେଳେ କଟକ ସହର ଖାଲ ଖମାରେ ଭର୍ତ୍ତି।

କଟକ ସହରର ପ୍ରମୁଖ ଛକ ବାଦାମବାଡ଼ି ଓ ପିଠାପୁର ତାରାଚାନ୍ଦପାଟଣାରେ ଥିବା ଖାଲକୁ ପ୍ରଶାନ୍ତ ସହିତ ଦୁଇ କୁନି ବାଳକ ମିଶି ପୋତିଛନ୍ତି। ଏଭଳି କାମ ପାଇଁ ପ୍ରଶାନ୍ତଙ୍କୁ ସାହାଯ୍ୟ କରିଛନ୍ତି ତାଙ୍କ ପୁତୁରା ପ୍ରୟାଂଶୁ ରାଉତ ଓ ପୁଅ ପ୍ରୟାଂଶ ରାଉତ। ଏହି ଦୁଇ ସ୍କୁଲ ପଢ଼ୁଥିବା ବାଳକ ସ୍କୁଲରୁ ଫେରିବା ପରେ ଲାଗି ଯାଉଛନ୍ତି ଏହି କାମରେ। ତାଙ୍କର ଏହି କାମ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏ ଦେଖୁଛି ତାରିଫ ନ କରି ରହି ପାରୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.