କେନ୍ଦୁଝର ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ, ଭିଡିଓ ହେଉଛି ଭାଇରାଲ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ । ପଞ୍ଚୁପଲ୍ଲି ନିକଟରେ ବାଘ ବୁଲୁଥିବା ଭିଡିଓ ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

ଆନନ୍ଦପୁର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ । ପଞ୍ଚୁପଲ୍ଲି ନିକଟରେ ବାଘ ବୁଲୁଥିବା ଭିଡିଓ ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ।

ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ହଦଗଡ଼ ଅଭୟାରଣ୍ୟରୁ ବାଘଟି ଆସି ପୁନର୍ବାର ଫେରି ଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣା କୁ ନେଇ କେହି ଭୟଭୀତ ନହେବାକୁ ଡିଏଫଓ ଅନୁରୋଧ କରିଛନ୍ତି । ଅତି ଜରୁରୀ ଥିଲେ ଏକୁଟିଆ ବାହାରକୁ ନବାହାରିବା ସହିତ ରାତିରେ ଲାଇଟ ଧରି ବାହାରିବାକୁ କହିଛନ୍ତି ।

Leave A Reply

Your email address will not be published.