Below header

ପୁରୀ ବେଳାଭୂମିରେ ୱାର୍ଲଡ କପ ଟ୍ରଫି, ବାଲୁକା କଳାରେ ୫ଶହରୁ ଅଧିକ ଷ୍ଟିଲ ବାଉଲ ଓ ୩୦୦ ବଲ ସ୍ଥାପନ କରାଯାଇଛି

କାଲି ବିଶ୍ବକପ ଫାଇନାଲ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଏହାକୁ ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୱାର୍ଲଡ କପ ଟ୍ରଫି କୁ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି ।

ପୁରୀ(କେନ୍ୟୁଜ୍): କାଲି ବିଶ୍ବକପ ଫାଇନାଲ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଏହାକୁ ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୱାର୍ଲଡ କପ ଟ୍ରଫି କୁ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି ।

ଏହି ସର୍ବବୃହତ ଟ୍ରଫିରେ ୫ଶହରୁ ଅଧିକ ଷ୍ଟିଲ ବାଉଲ ଓ ୩ ଶହ ବଲ ସ୍ଥାପନ କରାଯାଇଛି। ପୁରୀ ବେଳାଭୂମିରେ ୫୬ ଫୁଟ ଲମ୍ବର ଏହି ସର୍ବବୃହତ ଟ୍ରଫିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।

ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ଦମଦାର ପଦର୍ଶନ କରି ବିଜୟ ହାସଲ କରୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.