ଭାରତରେ ରିଲାଏନ୍ସ ଜିଓ କରୁଛି ଧମାଲ, ଜାଣନ୍ତୁ ବଢ଼ିଛନ୍ତି କେତେ ୟୁଜର୍ସ

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ TRAI ର ରିପୋର୍ଟ ଅନୁସାରେ ଜିଓର ସବସ୍କ୍ରାଇବର୍ସଙ୍କ ସଂଖ୍ୟା ପ୍ରାୟ ୪୪ କୋଟି ରହିଛି । ଯେତେବେଳେ କି ଭାରତ ଏୟାରଟେଲର ସବସ୍କ୍ରାଇବର୍ସଙ୍କ ସଂଖ୍ୟା ୩୭ କୋଟି ଏବଂ ଭୋଡ଼ାଫୋନ ଆଇଡିଆର ସବସ୍କ୍ରାଇବର୍ସଙ୍କ ସଂଖ୍ୟା ୨୩.୪୪ କୋଟି ଥିବା ଜଣା ପଡ଼ିଛି ।

ଭାରତରେ ଟେଲିକମ୍‌ ସେକ୍ଟରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସାଧାରଣତଃ ଦୁଇଟି ପ୍ରମୁଖ କମ୍ପାନୀ । ରିଲାଏନ୍ସ ଜିଓ ଏହାର ବଡ ଟେଲିକମ୍ ଉପସ୍ଥିତିକୁ ପ୍ରମାଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଆମେ TRAIର ଅଗଷ୍ଟ ୨୦୨୩ ତଥ୍ୟ ବିଷୟରେ ଆଲୋଚନା କରିବା ତେବେ ରିଲାଏନ୍ସ ଜିଓ ସେହି ମାସରେ ସର୍ବାଧିକ ୩୨.୫ ଲକ୍ଷ ନୂଆ ୟୁଜରଙ୍କୁ ନିଜ ସହିତ ଯୋଡ଼ିଛି । ଅନ୍ୟପଟେ ସେହି ମାସରେ ଏୟାରଟେଲ ନିଜର ନେଟୱାର୍କରେ ମାତ୍ର ୧୨.୩ ଲକ୍ଷ ନୂଆ ୟୁଜରଙ୍କୁ ଯୋଡିଛି, ଯାହା ରିଲାଏନ୍ସ ଜିଓ ତୁଳନାରେ ପ୍ରାୟ ଏକ ତୃତୀୟାଂଶ କମ୍ । ଭୋଡାଫୋନ୍-ଆଇଡିଆ ତୃତୀୟ ସ୍ଥାନରେ ଅଛି, ଯାହା ୪୯,୭୮୨ ୟୁଜରଙ୍କୁ ହରାଇଛି । ଏହା ଦ୍ୱାରା ଜଣା ପଡ଼ିଛି ଯେ ରିଲାଏନ୍ସ ଜିଓ ସବୁଠାରୁ ଅଧିକ ୟୁଜରଙ୍କୁ ରଖିଛି ।

ଜିଓ ସବୁଠାରୁ ଅଧିକ ଟେଲିକମ ସେବା ପ୍ରଦାନ କରିଥାଏ । ଯାହାର ମାର୍କେଟ ସେୟାର ୩୬.୪ ପ୍ରତିଶତ ରହିଛି । ଏହା ପରେ ଏୟାରଟେଲ ରହିଛି ଯାହାର ମାର୍କେଟ ସେୟାର ୩୧.୬୬ ପ୍ରତିଶତ ରହିଛି । ଭୋଡାଫୋନ୍ ଆଇଡିଆ ୨୨.୩୩ ପ୍ରତିଶତ ମାର୍କେଟ ସେୟାର ସହିତ ନିଜକୁ ତୃତୀୟ ସ୍ଥାନରେ ରଖିଛି ।

ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ TRAI ର ରିପୋର୍ଟ ଅନୁସାରେ ଜିଓର ସବସ୍କ୍ରାଇବର୍ସଙ୍କ ସଂଖ୍ୟା ପ୍ରାୟ ୪୪ କୋଟି ରହିଛି । ଯେତେବେଳେ କି ଭାରତ ଏୟାରଟେଲର ସବସ୍କ୍ରାଇବର୍ସଙ୍କ ସଂଖ୍ୟା ୩୭ କୋଟି ଏବଂ ଭୋଡ଼ାଫୋନ ଆଇଡିଆର ସବସ୍କ୍ରାଇବର୍ସଙ୍କ ସଂଖ୍ୟା ୨୩.୪୪ କୋଟି ଥିବା ଜଣା ପଡ଼ିଛି । ଏହାର ମୁଖ୍ୟ କାରଣ ହେଉଛି ଜିଓ ଅନ୍ୟ କମ୍ପାନୀମାନଙ୍କ ଠାରୁ କମ୍‌ ଦାମରେ ଲୋକଙ୍କୁ ଅଫର ଦେଇଥାଏ । ଏହା ବ୍ୟତୀତ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାଏ ଜିଓ । ଯେଉଁଥିପାଇଁ ଜିଓର ଅଧିକ ୟୁଜର୍ସ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.