ଆପଣଙ୍କ ଶରୀରରେ ଶିର ସମ୍ଭନ୍ଧୀୟ ସମସ୍ୟା ଅଛି କି ?  ଜାଣନ୍ତୁ କିପରି ଶୋଇବେ 

ସାଇଟିକା ଓ ଭାରିକୋଜ୍‌ ଭେନ୍‌ ସମସ୍ୟା ବ୍ୟତୀତ ଆପଣଙ୍କ ଶରୀରରେ ଅନ୍ୟ କୌଣସି ଶିର ସମସ୍ୟା ଅଛି । ସେଥିପାଇଁ ଏହି ସବୁ ମଧ୍ୟ ଜାଣିବା ଉଚିତ ଯେ କିପରି ଶୋଇବେ ଓ ତକିଆ କିଭଳି ରଖିବେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ ।

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଷ୍ଟ୍ରେସ୍‌ ଯୋଗୁ ଲୋକଙ୍କ ମଧ୍ୟରେ ଶିର ସମ୍ଭନ୍ଧୀୟ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ବହୁତ ଲୋକ ସାଇଟିକା ଓ ଭାରିକୋଜ୍‌ ଭେନ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଏପରି ଯେ ଉଠିବା, ବସିବା ଏବଂ ଚାଲିବାରେ ଲୋକଙ୍କୁ ଅନେକ ଅସୁବିଧା ହୋଇଥାଏ । ସେଥିପାଇଁ ଏହି ଭଳି ପରିସ୍ଥିତିରେ ଲୋକେ କିପରି ଶୋଇବେ ତାହା ମଧ୍ୟ ଜାଣିବା ଜରୁରୀ । ଏଥିସହ ଏହି ସବୁ ମଧ୍ୟ ଜାଣିବା ଉଚିତ ଯେ କିପରି ଶୋଇବେ ଓ ତକିଆ କିଭଳି ରଖିବେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ । ଯାହା ଦ୍ୱାରା ଆପଣ ଶୋଇବା ସମୟରେ ବଡିରେ ଶିର ସମସ୍ୟା ହେବ ନାହିଁ ।
ସାଇଟିକା ସମସ୍ୟାରେ କିପରି ଶୋଇବେ ଓ ତକିଆ କିଭଳି ରଖିବେ : 
ସାଇଟିକା ସମସ୍ୟା ଯୋଗୁ ଆପଣଙ୍କ ହିପ୍ସ ଓ ଗୋଡର ତଳ ଅଂଶରେ ବହୁତ କଷ୍ଟ ହୋଇଥାଏ । ଏହି ପରିସ୍ଥିତିରେ ଆପଣଙ୍କ ପିଠିରେ ଓ ଶରୀରରେ ଅନେକ ଅଙ୍ଗରେ ଯନ୍ତ୍ରଣା ହେବାକୁ ଲିଗିଥାଏ । ସେଥିପାଇଁ ଆପଣ ନିଜ ଗୋଡ ମଝିରେ ତକିଆ ରଖି ଶୋଇବେ, ଯାହାଦ୍ୱାରା ସାଇଟିକା ସମସ୍ୟାର କଷ୍ଟ କମ୍‌ ଅନୁଭବ ହେବ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବେ ।
ଭାରିକୋଜ୍ ଭେନ୍‌ ସମସ୍ୟାରେ କିପରି ଶୋଇବେ ଏବଂ ତକିଆକୁ କିଭଳି ରଖିବେ :
ଭାରିକୋଜ୍ ଭେନ୍‌ ମୋଡ଼ା ହୋଇଥିବା ଏକ ଶିରା  ଯାହା ସ୍କିନ୍‌ ତଳେ ରହିଥାଏ । ଏହି ସମସ୍ୟା ପ୍ରାୟତଃ ଗୋଡରେ ଦେଖାଯାଏ । ବେଳେବେଳେ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଭାରିକୋଜ୍ ଭେନ୍‌ ସୃଷ୍ଟି ହୁଏ । ତେବେ ଏପରି ପରିସ୍ଥିତିରେ, ବାମ ପଟ ହୋଇ ଶୋଇବା ଦ୍ୱାରା ଭାରିକୋଜ୍ ଭେନ୍‌ ଏବଂ ଶରୀରର ଅନ୍ୟ ଅଙ୍ଗରେ ସମସ୍ୟା ହେଉଥିଲେ ମୁକ୍ତି ପାଇପାରିବେ । ବାମ ପଟରେ ଶୋଇବା ଦ୍ୱାରା ଭେନା କାଭା ଉପରେ ଅତିରିକ୍ତ ଚାପ ପଡୁଥିଲେ, ସେଥିରୁ ମୁକ୍ତି ମିଳିଥାଏ ଏବଂ ଯନ୍ତ୍ରଣା କମିଥାଏ । ଏପରି ପରିସ୍ଥିତିରେ ପାଦ ତଳେ ଏକ ତକିଆ ରଖନ୍ତୁ ଯାହା ଦ୍ୱାରା ପାଦକୁ ଆରମ ମିଳିବ  ଏବଂ ଶିରା ଉପରେ ପ୍ରେସର କମ୍‌ ହେବ ।
ସେଥିପାଇଁ ଯଦି ଏହି ଦୁଇଟି ସମସ୍ୟା ବ୍ୟତୀତ  ଆପଣଙ୍କ ଶରୀରରେ ଅନ୍ୟ କୌଣସି ଶିର ସମସ୍ୟା ଅଛି । ତେବେ ଆପଣଙ୍କ ମୁଣ୍ଡରେ ତକିଆ ଦେବା ପରିବର୍ତ୍ତେ ଏହାକୁ ଗୋଡରେ ଦିଅନ୍ତୁ ଏବଂ ବାମ ପଟ ହୋଇ ଶୁଅନ୍ତୁ । ଏହା ଦ୍ୱାରା ଆପଣ ଆରାମ ଅନୁଭବ କରିବେ ଏବଂ ଯେଉଁଥିପାଇଁ ଏହି ଯନ୍ତ୍ରଣାରୁ ଆପଣ ମୁକ୍ତି ପାଇପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.