ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢୁଛି ଫିଭର, ଷ୍ଟାଡିୟମରେ ମ୍ୟାଚ ଦେଖିବେ ମୋଦିଙ୍କ ସହ ବହୁ ଲିଜେଣ୍ଡ

କିଏ ହେବ କ୍ରିକେଟର କିଙ୍ଗ ? କାହାକୁ ମିଳିବ ବିଶ୍ବକପ ମୁକୁଟ ? ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ବକପର ନିର୍ଣ୍ଣାୟକ ଲଢେଇ ।

କେନ୍ୟୁଜ(ବ୍ୟୁରୋ) :  କିଏ ହେବ କ୍ରିକେଟର କିଙ୍ଗ ? କାହାକୁ ମିଳିବ ବିଶ୍ୱକପ ମୁକୁଟ ? ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ବକପର ନିର୍ଣ୍ଣାୟକ ଲଢେଇ ।

ଏପଟେ ଫାଇନାଲ୍ ମ୍ୟାଚ୍ ଥିବାରୁ ଏବେ ହୋଟେଲ ଓ ବିମାନ ଟିକେଟ୍ ର ମୂଲ୍ୟ ଆକାଶଛୁଆଁ ହୋଇଛି । ଅନ୍ୟ ଦିନରେ ବେଙ୍ଗାଳୁରୁ-ଅହମଦାବାଦ ଟିକେଟ ମୂଲ୍ୟ ୫ ହଜାର ୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। କିନ୍ତୁ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ବିଶ୍ବକପ୍ ଫାଇନାଲ୍ ଦେଖି ଯିବା ପାଇଁ ଲୋକେ ବିଶେଷ ଆଗ୍ରହୀ ଥିବାରୁ ଆସନ୍ତାକାଲି ଏହି ରୁଟରେ ଯାତ୍ରା କରିବା ପାଇଁ ଟିକେଟ୍ ର ମୂଲ୍ୟ ୩୩ ହଜାର ଟଙ୍କାରେ ପହଞ୍ଚିଛି ।

ସେହିପରି ହୋଟେଲ ଦର ୭ରୁ ୮ ଗୁଣା ବଢିଛି । ଫାଇଭ ଷ୍ଟାର ହୋଟେଲରେ ରହିବାକୁ ହେଲେ ଗୋଟିଏ ରାତିକୁ ୨ ଲକ୍ଷ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟ ରୁମର ଦର ୨୦ ହଜାରରୁ ଏକ ଲକ୍ଷ ୨୫ ହଜାର ପର୍ଯ୍ୟନ୍ତ ରହିଛି । ୩୦ରୁ ୪୦ ହଜାର ଦର୍ଶକ ବାହାର ରାଜ୍ୟରୁ ଅହମ୍ମଦାବାଦ ଆସିବେ ।

ପାଞ୍ଚଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହ ଲଢିବ ଦୁଇଥର ଚାମ୍ପିଅନ୍ ଭାରତ । ଗୁଜୁରାଟ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ମହାଲଢେଇର ମୂକସାକ୍ଷୀ ହୋଇରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ ଉପସ୍ଥିତ ରହିବେ। ସେହିପରି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ମଧ୍ୟ ମ୍ୟାଚର ମଜା ନେବେ। ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ସମେତ ବରିଷ୍ଠ ଫିଲ୍ମ ପ୍ରଯୋଜକ ରାଜାମୋଲି ମଧ୍ୟ ଫାଇନାଲ ଦେଖିବେ ।

cup

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଉପସ୍ଥିତ ରହି ଟିମ ଇଣ୍ଡିଆର ଯୋଶ ବଢାଇବେ । ଏସବୁ ଭିତରେ ଚଳିତ ବିଶ୍ବକପରେ ଭାରତ ବାଜି ମାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ । କହିଛନ୍ତି ଜଣେ କି ଦୁଇ ଜଣ ନୁହଁ ଟିମର ସବୁ ଖେଳାଳି ଦମଦାର ଫର୍ମରେ ଅଛନ୍ତି ।

ସେପଟେ ଫାଇନାଲ ଦିନ ଦେଖିବାକୁ ମିଳିବ ଏୟାର ସୋ । ରବିବାର ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିବ ଚମତ୍କାର ଏୟାର ସୋ । ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଟିମ୍ ଏଥିରେ ସାମିଲ ହେବେ । ଫାଇନାଲ ମ୍ୟାଚ୍ ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ସୋ ପ୍ରଦର୍ଶିତ ହେବ ।

ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବ । ୨୦୦୩ ବିଶ୍ବକପ୍ ଫାଇନାଲରେ ଭାରତକୁ ୧୨୫ ରନରେ ହରାଇ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଏବେ ସେହି ପରାଜୟର ବଦଲା ନେବ ଭାରତ । ପୂର୍ବ ରେକର୍ଡ଼ ଅନୁସାରେ ଦୁଇ ଦଳ ବିଶ୍ବକପରେ ପରସ୍ପରକୁ ୧୨ ଥର ଭେଟିଛନ୍ତି । ସେଥିରୁ ୮ ଥର ଅଷ୍ଟ୍ରେଲିଆ ଜିତିଛି । ଚଳିତ ବିଶ୍ବକପରେ ବିରାଟଙ୍କ ଚମତ୍କାର ଫର୍ମ କଙ୍ଗାରୁଟିମର ଟେନସନ ବଢାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.