ଆଜିଠୁ ନନ୍ଦନକାନନରେ ରୋପୱେ ମଜା ନେଇପାରିବେ ପର୍ଯ୍ୟଟକ, ଜାଣନ୍ତୁ କେତେ ରହିଛି ଟିକେଟ

ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପୱେ ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । ସକାଳ ସମୟ ୮ଟା ରୁ ଅପରାରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ।

ଭୁବନେଶ୍ୱର(କେନ୍ୟୁଜ୍): ଆସିଗଲା ଶୀତ ଋତୁ । ଏବେ ବିଭିନ୍ନ ସ୍ଥାନ ବୁଲିବାର ମଜା ନେବେ ଲୋକେ । ତେବେ ଖାସ୍ କରି ପ୍ରାଣୀଉଦ୍ୟାନ ପରିଭ୍ରମଣ କରୁବାକୁ ଭଲ ପାଇଥାନ୍ତି ସଭିଏଁ । ଏହାରି ଭିତରେ ପର୍ଯ୍ୟଟକ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର ।

ଦୀର୍ଘ ୧୨ବର୍ଷ ପରେ ପୁଣି ରାଜଧାନୀ ଭୁବନେଶ୍ବରରେ ଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେ ର ମଜା ନେଇପାରିବେ ପର୍ଯ୍ୟଟକ। ୨୦୧୦ମସିହା ଡିସେମ୍ବର ମାସ ରେ ନନ୍ଦନକାନନର ରୋପୱେ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏହାପରେ ୨୦୧୧ ମସିହା ଫ୍ରେବୃଆରୀ ମାସଠୁ ସମ୍ପୂର୍ଣ ବନ୍ଦ କରାଯାଇଥିଲା ।

ତେବେ ପୁଣିଥରେ ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଛି ନୂଆରୂପ। ଗତକାଲି ଏହି ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପୱେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି । ଆଜିଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇ ପାରିବେ। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଛି।

୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରୋପୱେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟଉଭିଦ (ବଟାନୀକାଲ ଗାର୍ଡେନ) ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେ କାଞ୍ଜିଆ ହ୍ରଦ ଉପର ଦେଇ ଯାଇଛି। ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଯାହାର ଦୂରତ୍ବ ରହିଛି ୬୨୬ ମିଟର। ଏଥିରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସି ପାରିବେ। ୭୨ ଜଣ ପଯ୍ୟଟକ ଏକାଥରକେ ବୁଲୁବାର ମଜା ନେଇପାରିବେ ।

ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପୱେ ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । ସକାଳ ସମୟ ୮ଟା ରୁ ଅପରାରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ରୋପ ୱେ ର ଟିକେଟ ରଖାଯାଇଛି ୧୨୦ ଟଙ୍କା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କାଞ୍ଜିଆ ହ୍ରଦ ଉପର ଦେଇ ଷ୍ଟେଟ ବଟାନିକାଲ ଗାଡେନ କୁ ୬୦୦ମିଟର ଦୂରତାର ମଜା ଆକାଶ ମାର୍ଗରେ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.