Below header

ଶେଷ ହେଲା କାଳୀପୂଜା, ସରିଲା ମହିଷାସୁରର ରାଜୁତି

ଶେଷ ହୋଇଛି କାଳୀପୂଜା ସରିଛି ମହିଷାସୁରର ରାଜୁତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲାରାକୋଠା ଠାରେ ସାର୍ବଜନୀନ କାଳୀପୂଜା ଅବସରରେ ଆୟୋଜିତ ମହିଷାସୁରର ରାଜୁତି ସହ ଶେଷ ହୋଇଛି କାଳୀପୂଜା ।

କଣ୍ଟାମାଳ(କେନ୍ୟୁଜ୍): ଶେଷ ହୋଇଛି କାଳୀପୂଜା ସରିଛି ମହିଷାସୁରର ରାଜୁତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲାରାକୋଠା ଠାରେ ସାର୍ବଜନୀନ କାଳୀପୂଜା ଅବସରରେ ଆୟୋଜିତ ମହିଷାସୁରର ରାଜୁତି ସହ ଶେଷ ହୋଇଛି କାଳୀପୂଜା । ଦୀର୍ଘ ଏକ ସପ୍ତାହ ବ୍ୟାପି କାଳୀପୂଜା ମଣ୍ଡପରେ ମାଁ ଶ୍ୟାମାକାଳୀଙ୍କ ପୂଜା ସହ ଜମୁଥିଲା ମହିଷାସୁର ରାଜ । ଦୋକାନ ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରତ୍ୟେକ ଦିନ ଜମୁଥିଲା ହଜାର ହଜାର ଲୋକଙ୍କ ଗହଳୀ।

ଚାଲିଛି ମାହାରାଜ ମହିଷାସୁରଙ୍କ ରାଜୁତି । ପାତ୍ର ମନ୍ତ୍ରୀଘେନି ନିଜ ଦରବାରରେ ମାହାରାଜ ମହିଷାସୁର ଚଳେଇଛନ୍ତି ମନ୍ତ୍ରଣା । ପୁଣି ମନୋରଂଜନ ପାଇଁ ମଝିରେ ମଝିରେ ଜମୁଛି ନୃତ୍ୟ ଗୀତର ଆସର । ଏହି ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ କଲରାକୋଠାରେ ଚାଲିଥିବା ମହିଷାସୁର ଦରବାରର ।

maa

କାଳୀପୂଜା ଅବସରରେ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ମହିଷାସୁର ଦରବାର । ଏକ ସପ୍ତାହ ବ୍ୟାପି କାଳୀପୂଜା ମଣ୍ଡପରେ ଆୟୋଜିତ ଦରବାର ସହ ନୃତ୍ୟ ଗୀତ ଦେଖିବାକୁ ସଂଧ୍ୟା ହେଲେ ଜମୁଥିଲା ଲୋକଙ୍କ ଗହଳି । ଆଉ ଏଭଳି ନୃତ୍ୟ ଗୀତ ଦେଖି ଦର୍ଶକମାନେ ମଜା ନେଇଥିବାବେଳେ ଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତାଦେଇଥିଲେ ମହାରାଜ ମୁରାସୁର । ଯୁଗେ ଯୁଗେ କିଭଳି ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା ତାହା ଦର୍ଶାଇଥିଲା ମହିଷାସୁର ଦରବାର ।

ୟୁଥ ଫ୍ରେଣ୍ଡସ ଆସୋସିଏସନ ପକ୍ଷରୁ କଲରାକୋଠାରେ ଆୟୋଜିତ ହେଉଥିବା କାଳୀପୂଜା ଚଳିତବର୍ଷ ୩୫ ବର୍ଷରେ ପ୍ରଦାର୍ପଣ କରିଥିବାବେଳେ ଯାତ୍ରାକୁ ସରସ ସୁନ୍ଦର କରିବାକୁ ପୁରା ଉଦ୍ୟମ କରିଥିଲା ଆୟୋଜକ କମିଟି । ପୂଜା ଅବସରରେ ଲୋକଙ୍କ ମନୋରଂଜନ ପାଇଁ ମହିଷାସୁର ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାତ୍ରା ପଡିଆରେ ମୀନା ବଜାର ଓ ଦୋକାନ ବଜାର ପଡିଥିଲା ।

ସଂଧ୍ୟା ନଇଁଲେ ଲୋକମାନେ ଦୁର ଦୁରାନ୍ତରରୁ ଆସି ସାଂସ୍କୃତିକ କାର୍ଯ୍ୟକ୍ରମସହ ମୀନା ବଜାର ଓ ଦୋକାନ ବଜାରର ମଜା ନେଉଥିଲେ । କଲରାକୋଠାରେ ଆୟୋଜିତ କାଳୀପୂଜା ଲୋକଙ୍କୁ ମନୋରଂଜନ ଦେବାସହ ଏକ ଅଧ୍ୟାତ୍ମିକ ଧାରାରେ ବାନ୍ଧି ରଖୁଛି ଏଥିରେ ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.