ସାମ୍‌ ଅଲ୍ଟମ୍ୟାନଙ୍କୁ ସିଇଓ ପଦବୀରୁ ବାହାର କଲା OpenAI, ପ୍ରେସିଡେଣ୍ଟ ବି ଛାଡ଼ିଲେ ପଦବୀ

ରିପୋର୍ଟ ଅନୁସାରେ କମ୍ପାନୀ ସିଇଓ ସ୍ୟାମ ଅଲ୍ଟମ୍ୟାନଙ୍କୁ ପଦରୁ ବାହାର କରାଯାଇଛି । OpenAIର ପ୍ରେସିଡେଣ୍ଟ ଗ୍ରେଗ୍‌ ବ୍ରୋକମ୍ୟାନ ମଧ୍ୟ କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତିି ।

ChatGPTକୁ ପ୍ରସ୍ତୁତ କରିଥିବା କମ୍ପାନୀ OpenAI ରୁ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ କମ୍ପାନୀ ସିଇଓ ସ୍ୟାମ ଅଲ୍ଟମ୍ୟାନଙ୍କୁ ପଦରୁ ବାହାର କରାଯାଇଛି । OpenAIର ପ୍ରେସିଡେଣ୍ଟ ଗ୍ରେଗ୍‌ ବ୍ରୋକମ୍ୟାନ ମଧ୍ୟ କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତିି । କମ୍ପାନୀ ଏକ ବ୍ଲଗରେ ପ୍ରକାଶ କରିଛି ଯେ OpenAIର ବୋର୍ଡ ଆଉ ଆଲଟମ୍ୟାନଙ୍କ ଉପରେ ଭରସା କରୁନାହିଁ । ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ବୋର୍ଡ ସଦସ୍ୟ ଏବଂ ସାମଙ୍କ ମଧ୍ୟରେ କଥାବାର୍ତ୍ତାର ଅଭାବ କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ମୀରା ମୁରାତୀ ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବେ । ନିଲମ୍ବନ ହେବା ପରେ ଅଲ୍ଟମ୍ୟାନ ଟ୍ୱିଟ କରି କହିଛନ୍ତି ଯେ ମୁଁ OpenAI ରେ ଯେଉଁ ସମୟ ବିତାଇଛି ତାହା ବହୁତ ଭଲ ଥିଲା । କମ୍ପାନୀରେ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ କାମ କରି ବହୁତ ଖୁସି ହୋଇଥିଲେ । ଇସ୍ତଫା ଏକ ପରିବର୍ତ୍ତନଶୀଳ ନିଷ୍ପତ୍ତି ଥିଲା । ଏହା ପରେ କଣ କରିବେ, କଣ ହେବ ସେ ବିଷୟରେ ସେ ପରବର୍ତ୍ତୀ ସମୟରେ ଜଣାଇବେ ।

ଅନ୍ୟପଟେ ବ୍ରୋକମ୍ୟାନ୍‌ ପ୍ରେସିଡେଣ୍ଟ ପଦରୁ ଇସ୍ତଫା ଦେବା ପରେ କମ୍ପାନୀର ସମସ୍ତ ସହକର୍ମୀଙ୍କୁ ଏକ ମେଲ୍‌ ପଠାଇଥିଲେ । ଯେଉଁଥିରେ ସେ କହିଥିଲେ ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି । ମୁ ଏକ ସୁରକ୍ଷିତ AI ତିଆରି କରିବାକୁ ଚାହୁଁଥିଲି, ଯାହା ସମାଜର କଲ୍ୟାଣ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.