ଶାକାହାରୀ ଖାଦ୍ୟ ଖାଆନ୍ତି ବିରାଟ, ଏହା ପଛରେ ରହିଛି ଏକ ଖାସ କାରଣ
ବିଶ୍ୱ କ୍ରିକେଟ ଇତିହାସରେ ସବୁଠାରୁ ଫିଟ ଆଥଲେଟ କୁହାଯାଉଥିବା ବିରାଟ କୋହଲି ଜଣେ ଶାକାହାରୀ ବ୍ୟକ୍ତି । ଏହା ପଛରେ ରହିଛି ଏକ ଖାସ୍ କାରଣ । ବିରାଟ ଖୁସିରେ ଭେଜ୍ ଖାଉ ନାହାନ୍ତି ଏହା ପଛରେ ଏକ କାରଣ ରହିଛି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।
ଆସନ୍ତା କାଲି ବିଶ୍ୱକପ୍ । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଚାରିଆଡ଼େ ଖୁସିର ମାହୋଲ । ୯ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଅପରାଜୟ ଟିମ୍ ଭାବେ ଫାଇନାଲକୁ ପ୍ରବେଶ କରିଛି । ୧୦୦ କୋଟି ଭାରତୀୟଙ୍କ ଆଶା ଟିମ୍ ଓ୍ଵାର୍ଲ୍ଡକପ୍ ନିଶ୍ଚିତ ଜିତିବ । ଏଥର ଓ୍ଵାର୍ଲ୍ଡ କପ୍ ଇଣ୍ଡିଆ । ଏହାରିି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଯେଉଁ ଖେଳାଳୀ ରହିଛନ୍ତି ସେ ହେଉଛନ୍ତି ବିରାଟ କୋହଲି । କାରଣ ୫୦ଟି ଶତକ ମାରିବା ପରେ ସେ ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ଏବଂ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିଶ୍ୱ କ୍ରିକେଟ ଇତିହାସରେ । ଯାହାକୁ ଅତିକ୍ରମ କରିବା ଆଗାମୀ ପିଢ଼ିର ଖେଳାଳୀଙ୍କ ପାଇଁ ବହୁତ କଷ୍ଟକର ହେବ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଏପରି କିଛି କହିବାକୁ ଯାଉଛୁ ଯାହା ଆପଣ ହୁଏତ ଜାଣି ନଥିବେ । ସାଧାରଣତଃ ପ୍ରତ୍ୟେକ ଖେଳାଳୀଙ୍କର ଡାଏଟର ନିଜସ୍ୱ ରୁଟିନ ରହିଥାଏ ଏବଂ ଡାଏଟରେ ମିଟ୍ ବା ନନଭେଜ୍ ସାମିଲ ହେବା ଏକ ସାଧାରଣ କଥା । କିନ୍ତୁ ବିରାଟ କୋହଲି ହେଉଛନ୍ତି ଏପରି ଜଣେ ଖେଳାଳୀ ଯେ ସମ୍ପୂର୍ଣ୍ଣ ରୂପେ ଶାକାହାରୀ । ଆପଣ ଏକଥା ଜାଣିଛନ୍ତି କି ? ଆମେ ନିଶ୍ଚିତ ଯେ ଅଧିକାଂଶ ଲୋକ ଏକଥା ଜାଣି ନଥିବେ । ପଡ଼ିଆ ଭିତରେ ଏତେ ଫିଟ୍ ଦେଖାଯାଉଥିବା ବିରାଟ୍ ନନଭେଜ୍ ଖାଆନ୍ତି ନାହିଁ । ବିଶ୍ୱ କ୍ରିକେଟ ଇତିହାସରେ ସବୁଠାରୁ ଫିଟ ଆଥଲେଟ କୁହାଯାଉଥିବା ବିରାଟ କୋହଲି ଜଣେ ଶାକାହାରୀ ବ୍ୟକ୍ତି । ଏହା ପଛରେ ରହିଛି ଏକ ଖାସ୍ କାରଣ । ବିରାଟ ଖୁସିରେ ଭେଜ୍ ଖାଉ ନାହାନ୍ତି ଏହା ପଛରେ ଏକ କାରଣ ରହିଛି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ।
କୋହଲି ପ୍ରକାଶ କରିଛନ୍ତି ଯେ ତାଙ୍କର ଏସିଡିକ୍ ଷ୍ଟୋମାକ୍ ସମସ୍ୟା ଅଛି ଏବଂ ଏହା ତାଙ୍କ ହାଡରୁ କ୍ୟାଲସିୟମ ବାହାର କରେ । ଯାହା ତାଙ୍କ ମେରୁଦଣ୍ଡ ସମସ୍ୟାକୁ ବଢ଼ାଇଛି । ଏହି ସମସ୍ୟା ପାଇଁ ତାଙ୍କୁ ଏତେ କଷ୍ଟ ହୁଏ ଯେ ସେ ଶୋଇ ପାରନ୍ତି ନାହିଁ । ସମସ୍ୟା ବିଷୟରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ବିରାଟଙ୍କ ଏସିଡିକ୍ ପେଟ ବିଷୟରେ ବୁଝାଇଥିଲେ ଏବଂ ବିରାଟଙ୍କୁ ଡାଏଟ ଚେଞ୍ଜ କରିବାକୁ ପରାମର୍ଶ ଦେଇଥିଲେ । ପରେ ବିରାଟ ବାଧ୍ୟ ହୋଇ ମାଂସ ଖାଇବା ଛାଡି ଏକ ଶାକାହାରୀ ବ୍ୟକ୍ତି ହୋଇଗଲେ । କିନ୍ତୁ ମାଂସ ଛାଡ଼ିବା ପରେ ସେ ଅଧିକ ଖୁସି ଅଛନ୍ତି କାରଣ ତାଙ୍କ ମେରୁଦଣ୍ଡରେ ହେଉଥିବା କଷ୍ଟରୁ ସେ ମୁକ୍ତି ପାଇଛନ୍ତି ।
ଏହି ସମସ୍ୟା ପାଇଁ ତାଙ୍କୁ ବ୍ୟାଟିଂ କରିବାରେ ମଧ୍ୟ କଷ୍ଟ ହେଉଥିଲା । କିନ୍ତୁ ନିଜ ଡାଏଟରେ ମାଂସକୁ ହଟାଇବା ପରେ ପୂର୍ବ ଅପେକ୍ଷା ଭଲ ଲାଗୁଛି ବୋଲି ସେ କହିଛନ୍ତି । ଏକ ଇଣ୍ଟରଭ୍ୟୁରେ କୋହଲି ଏହି ସମସ୍ୟା ବିଷୟରେ ପ୍ରକାଶ କରିଛନ୍ତି । ବିରାଟଙ୍କ ଏହି ଇଣ୍ଟରଭ୍ୟୁର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫ୍ୟାନ୍ସମାନେ ବିରାଟଙ୍କ ସମସ୍ୟା ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଜାଣିଲେ ତ ବିରାଟଙ୍କ ଶାକାହାରୀ ହେବା ପଛର କାରଣ । ଯଦି ଆପଣଙ୍କର ବି ଏପରି କିଛି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।