Below header

ଫନିକୁ ପୂରିଲା ସପ୍ତାହେ, ଭୁଲି ହେଉନି ଗତ ଶୁକ୍ରବାରର ପ୍ରଳୟକୁ

ଆଜି ଶୁକ୍ରବାର । ୧୦ ତାରିଖ । ଠିକ୍‌ ସପ୍ତାହେ ପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖ ଶୁକ୍ରବାର ଦିନ ଆସିଥିଲା ପ୍ରଳୟ । ବାତ୍ୟା ଫନି । କେଇ ଘଣ୍ଟା ଧରି ରାଜୁତି କଲା ପୁରୀରୁ ନେଇ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ । ଉଜାଡ଼ି ଦେଲା ଲକ୍ଷ ଲକ୍ଷ ଗଛ । ବିଗାଡ଼ି ଦେଲା କୋଟି କୋଟି ଟଙ୍କାର ଭିତ୍ତିଭୂମି । ବଦଳିଗଲା ଅନେକ ଅଞ୍ଚଳର ଭୂଗୋଳ । ୧୯୯୯ ମହାବାତ୍ୟାକୁ ଦେଖିଥିବା ଲୋକେ ବି ଡରିଗଲେ । ଆଉ ବର୍ତ୍ତମାନର ପିଢ଼ି ପାଇଁ ଇଏ ଥିଲା ନୂଆ ଅନୁଭୂତି ।
ଏଇ ସାତ ଦିନ ଭିତରେ ସ୍ଥିତି କିଛି ସୁଧୁରିଛି, ହେଲେ ପୂରା ସ୍ୱାଭାବିକ ହେବାକୁ ଅନେକ ସମୟ ଲାଗିବ । ତେବେ ସାତ ଦିନ ଭିତରେ ବିଦ୍ୟୁତ୍‌, ପାଣି ଭଳି ଅତ୍ୟାବଶ୍ୟକ ସମସ୍ୟା ଡୁବି ଯାଇଛନ୍ତି ପ୍ରଭାବିତ ଲୋକେ । ଫନି ପରବର୍ତ୍ତୀ କଷ୍ଟରେ ଭୁଲି ଯାଇଛନ୍ତି ସେଇ ଭୟଙ୍କର ମୁହୂର୍ତ୍ତକୁ । ହେଲେ ମନରୁ ଯାଇନି ଗତ ଶୁକ୍ରବାର ଦିନର ଅନୁଭୂତି ।

Cyclone Puriରାଜ୍ୟ ତଥା ରାଜ୍ୟ ବାହାରୁ କର୍ମଚାରୀ ଆସି କାମରେ ଲାଗିଛନ୍ତି । ଗଛ କଟା, ବିଦ୍ୟୁତ ମରାମତି ଆଦି କାମ ତ୍ୱରିତ ଭାବେ ଚାଲିଛି । ତେବେ ଯାହା ବି କାମ ହୋଇଛି କେବଳ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଟାଉନ ଆଦିରେ । ତେଣୁ ଅନ୍ୟ ପ୍ରଭାବିତଙ୍କୁ ମନରେ ଅସନ୍ତୋଷ ।
୧୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ପାନୀୟ ଜଳ ବ୍ୟବସ୍ଥା ଅନେକାଂଶରେ ସୁଧୁରି ସାରିଥବା ବେଳେ ବିଦ୍ୟୁତ୍‌ ସେବା ସମ୍ପୂର୍ଣ ହୋଇ ପାରିନାହିଁ । ସେହିପରି ବ୍ୟାଙ୍କ କାମ, ଏଟିଏମ, ଶିକ୍ଷାନୁଷ୍ଠାନ, ବ୍ୟବସାୟ କ୍ଷେତ୍ର ଏବଂ ସର୍ବୋପରି ମୋବାଇଲ ଓ ଇଣ୍ଟରନେଟ ପୂରା ସ୍ୱାଭାବିକ ହୋଇନାହିଁ ।

fani-2
ଉଭୟ ଓଡିଶା ଏବଂ ବାହାରୁ ଆସିଥିବା କର୍ମଚାରୀମାନେ ଦିନ ରାତି କାମରେ ଲାଗିଛନ୍ତି । ତଥାପି ସହଜ ହେଉନାହିଁ ତୁରନ୍ତ ସ୍ଥିତି ସଜାଡ଼ିବାକୁ । କିଛି ସ୍ଥାନରେ ପରିସ୍ଥିତି ଓ ଆଉ କିଛି ସ୍ଥାନରେ ସ୍ଥାନୀୟ ଲୋକେ ସମସ୍ୟାରେ ପକାଉଛନ୍ତି । ଯେମିତିକି ଗୋଟିଏ ଅଂଚଳରେ ଯଦି ଗୋଟିଏ ଭାଗକୁ ପ୍ରଥମେ ବିଦ୍ୟୁତ ଯୋଗା ଯାଉଛି ତେବେ ଅନ୍ୟମାନେ ବିରୋଧ କରୁଛନ୍ତି । ସମସ୍ତେ କଷ୍ଟ ଭୋଗୁଛନ୍ତି ସତ ହେଲେ ଯଦି ନିଜ ସ୍ୱାର୍ଥ ପାଇଁ ଏଭଳି ବିରୋଧ କରିବା ତେବେ ଆମରି ପଡୋଶୀ ହିଁ ଅସୁବିଧାରେ ପଡିବେ । ରାଜଧାନୀବାସୀ ଟିକେ ଚିନ୍ତା କରନ୍ତୁ ତା ଏବେବି ଜଗନ୍ନାଥ ଧାମ ପୁରୀରେ କାମ ଆରମ୍ଭ ହୋଇ ନାହିଁ । କେମିତି ଚଳୁଥିବେ ? ଏଭଳି ବିପତ୍ତିର ମୁକାବିଲା କେବଳ ଧେର୍ଯ୍ୟର ସହିତ କରାଯାଏ ।

fani
ବର୍ତମାନ ସିନା ଆମେ କେବଳ ବିଦ୍ୟୁତ ଓ ପାଣି କଥା ଚିନ୍ତା କରୁଛନ୍ତି ହେଲେ ଭାବିଲେ ରାଜଧାନୀ ଏବେ ବୃକ୍ଷ ଶୂନ୍ୟ ହୋଇଯାଇଛି । ଆଗକୁ ତାତି ଆହୁରି ବଢ଼ିବ, ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବ । ତାର ପ୍ରତିକାର କେମିତି କରିବା । ଯାହା ଆମ ପାଇଁ ହେଉଛି ସବୁଠାରୁ ବଡ ଚ୍ୟାଲେଞ୍ଜ ।
ତେଣୁ ସାଥି ହାତ ବଢାନା …ନ୍ୟାୟରେ ଫନି ପରିସ୍ଥିତିର ମୁକାବିଲା କରିବାକୁ ହେବ । ନଚେତ ରାଜ୍ୟ ବାହାରକୁ ଏ ବାର୍ତ୍ତା ଗଲେ ଆମର ସମ୍ମାନ ରହିବ ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.