Below header

ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ମୁମ୍ବାଇରୁ ଭୁବନେଶ୍ବର ଆଣିଲା ଭିଜିଲାନ୍ସ ଟିମ୍, ବାପ-ପୁଅକୁ ହେବ ସାମ୍ନାସାମ୍ନି ଜେରା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆକାଶଙ୍କୁ ମୁମ୍ବାଇରୁ ଭୁବନେଶ୍ୱର ଆଣିଛି ଭିଜିଲାନ୍ସ ଟିମ୍‌ । ଏହାପରେ ତାଙ୍କ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଛି । ସେଠାରେ ବାପ-ପୁଅକୁ ସାମ୍ନାସାମ୍ନି ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଅଚଳାଚଳ ସଂପତ୍ତିର ଅଧିକାରୀ ଆଇଏଫଏସ ଅଭୟକାନ୍ତ ପାଠକ। ୧୩ଟି ସ୍ଥାନରେ ହୋଇଥିବା ଭିଜିଲାନ୍‌ସ ଚଢଉରେ ମିଳିଛି ବିପୁଳ ଟଙ୍କା ଓ ସଂପତ୍ତି। ତାଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୮ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ରହିଛି। ୨୩ ଲକ୍ଷ ଟଙ୍କାର ସୁନା କିଣାଯାଇଥିବାର ରସିଦ ମଧ୍ୟ ମିଳିଛି।

ifs son akash pathak

ତାଙ୍କ ପୁଅ ବ୍ୟାଙ୍କ ଆକାଉଣ୍ଟରେ ୯କୋଟି ୪୦ ଲକ୍ଷ ଟଙ୍କାର ଜମା ରହିଛି। କେବଳ ଭୁବନେଶ୍ୱରରେ ୮କୋଟି ୪୦ଲକ୍ଷ ଟଙ୍କା ଜମା ହୋଇଛି। ଏହି ଟଙ୍କା ସବୁ ସହିଦନଗର ଓ ନୟାପଲ୍ଲୀର ବିଭିନ୍ନ ଏଟିଏମରେ ଜମା କରାଯାଇଥିବା ଜଣାପଡ଼ିଛି। ପୁଅ ଆକାଶ ପାଠକ ନାଁରେ ଦାମୀ ମର୍ସିଡିଜ, ବିଏମଡବ୍ଲ୍ୟୁ, ଟାଟା ହାରିଅର ଭଳି ଗାଡ଼ି ରହିଛି। ଏହାସହ ସେ ଭଡ଼ାରେ ମଧ୍ୟ ଅନେକ ଗାଡ଼ି ଗାଡ଼ି ବ୍ୟବହାର କରୁଥିବା ଜଣାପଡ଼ିଛି। ଭିଜିଲାନ୍‌ସ ଚଢଉରେ ପୁନେରେ ମର୍ସିଡିଜ କାର ଭଡ଼ାରେ ନିଆଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଟଙ୍କାର ଗାଡ଼ି ବିଲ୍‌ ମିଳିଛି। ସେହିପରେ ଫାର୍ମ ହାଉସ, ଘର ଭଡ଼ା ବାବଦରେ ଏକ କୋଟି ଟଙ୍କାର ବିଲ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.