ବାତ୍ୟା ନିଭାରର ଲ୍ୟାଣ୍ଡଫଲ୍ ପରେ ଓଡିଶାରେ ପାଗ ରହିଛି କୋହଲା, କାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ହେବ ବର୍ଷ

କେନ୍ୟୁଜ୍(ବ୍ୟୁରୋ): କାଲି  ମଧ୍ୟ ରାତିରେ ବାତ୍ୟା ‘ନିଭାର’ ତାମିଲନାଡୁର ପୁଡୁଚେରୀ ନିକଟରେ ଲ୍ୟାଣ୍ଡ୍ ଫଲ୍ କରିଛି। ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ସ୍ବାଳ୍ପରୁ ମଧ୍ୟ ଧରଣର ବର୍ଷ ହେବା ସହ ଆକାଶ ମେଘାଚ୍ଛନ୍ନ ରହିଛି।  ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡିଶାର  କୋରାପୁଟ, ରାୟଗଡା ଗଜପତି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷ ହୋଇଛି ।

ଏହା ଆସିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ରାୟଗଡା, ଗଜପତି, କୋରାପୁଟ,ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାମାନଙ୍କର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟ ଧରଣର ବର୍ଷା ଜାରି ରହିବ ବୋଲି ଆକଳନ କରିଛି  ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୮ ତାରିଖରୁ ଠାରୁ ରାଜ୍ୟରେ ପାଗ ଶୁଖିଲା ରିହିବ । ଆଜି ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଥିଲା ୧୮.୨। ଆସନ୍ତା କାଲି ମଧ୍ୟ ରାଜ୍ୟର କିଛି ସ୍ଥାନ ମେଘୁଆ ରହିବ ବୋଲି  ପାଣିପାଗ ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.