Below header

କେନ୍ଦୁଝର: ବାହାଘର ସାରି ଫେରିବା ସମୟରେ ବିଦ୍ଯୁତ୍ ଖୁଣ୍ଟରେ ପିଟି ହେଲା ବୋଲେରୋ, ଜଣେ ମୃତ; ୫ଗୁରୁତର

କେନ୍ଦୁଝର: ଗତକାଲି ରାତିରେ ନାଇବୁଗା ଗାଁର କିଛି ଲୋକ ଚମ୍ପୁଆ ଅଂଚଳର ରାଜାବସାକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯାଇ ଫେରିବା ସମୟରେ ବମେବାରୀ ଥାନା ଅନ୍ତର୍ଗତ ନାଇବୁଗା ନିଜ ଗାଁ ନିକଟରେ ଏକ ଡମ୍ପର ସାଇଡ ମାରିଥିଲା । ଯାହାପରେ ବୋଲେରୋଟି ଭାରସାମ୍ୟ ହରାଇ ନିକଟସ୍ଥ ଏକ ବିଦ୍ଯୁତ୍ ଖୁଣ୍ଟରେ ବାଡେଇ ହୋଇଯାଇଥିଲା ।

ଏହି ଘଟଣାରେ ୫ଜଣ ଆହତ ହୋଇଥିବାବେଳେ, ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.