Below header

କାଳ ହେଲା କୁହୁଡି : କଟକ-ଚାନ୍ଦବାଲି କାକତିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ ୫ ଗୁରୁତର

କଟକ(କେନ୍ୟୁଜ୍) : କୁହୁଡି ହେଲା କାଳ । ବୋଲେରୋ-ଟ୍ରକ ମଧ୍ୟରେ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ-ଚାନ୍ଦବାଲି ରାସ୍ତା କାକତିଆ ଛକ ନିକଟରେ ଆଜି ସକାଳେ ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡ଼ା ରାଜନଗର ଅ଼ଞ୍ଚଳରୁ ୯ଜଣ ଲୋକ କଟକ ଅଭିମୁଖେ ଏକ ବୋଲେରୋରେ ଯାଉଥିବାବେଳେ କାକତିଆ ଛକରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।

accମୃତ ୩ଜଣ ଗୋଟିଏ ପରିବାରର। ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘନ କୁହୁଡି ଯୋଗୁଁ ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.