ମାଲକାନଗିରି ଦିଗା ଜାନବାଇ ଜଙ୍ଗଲରେ ମାଓ ହିଂସା , କାଟିଲେ ଏସାର୍ ପାଇପ୍ ଲାଇନ୍

ମାଲକାନଗିରି(କେନ୍ୟୁଜ୍) : ପୁଣି ମାତିଲେ ମାଓବାଦୀ। କାଟିଲେ ଏସାର୍ ପାଇପ୍ ଲାଇନ୍। ଗତକାଲି ରାତିରେ ଚିତ୍ରକୋଣ୍ଡାର ସ୍ୱାଭିମାନ ଅ଼ଞ୍ଚଳରେ ଥିବା ଏସାର କମ୍ପାନୀର ପାଇପ୍ ଲାଇନ୍କୁ ମାଓବାଦୀମାନେ କାଟି ଦେଇଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର ଲୁହାପଥର ଗୁଣ୍ଡ ନଷ୍ଟ ହୋଇଯାଇଛି। ପାଇପ୍ ଲାଇନ୍ କାଟିଦେଇଥିବାରୁ ଏସ୍ଆର କମ୍ପାନୀର କାର୍ୟ୍ୟ ବନ୍ଦ ରହିଛି। ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିବା ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଅନେକ ଥର ପାଇପ ଲାଇନ କାଟିଛନ୍ତି ମାଓବାଦୀ।