ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି , ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ୟୁଜ୍) : ପୌଷ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ରାଜରାଜେଶ୍ୱର ବେଶ କରାଯାଇଥାଏ। ସକାଳଧୂପ ପରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଦର୍ଶନ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବର୍ଷକ ମଧ୍ୟରେ ମହାପ୍ରଭୁ ୫ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି।

ମହାପ୍ରଭୁ ନୀଳମାଧବଙ୍କ ଆଜି ସୁନା ବେଶ :

ମହାପ୍ରଭୁ ନୀଳମାଧବଙ୍କ ମଧ୍ଯ ଆଜି ସୁନା ବେଶ । ପ୍ରତିବର୍ଷ ପୌଷ ପୂର୍ଣ୍ନିମା , ଦିନ ନୀଳମାଧବ ସୁନାବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ପୂର।ଣ ଅନୁସାରେ, ମା ଲକ୍ଷ୍ମୀ ବାପ ଘରୁ ଆଣିଥିବା ସ୍ଵର୍ଣ ଅଳଙ୍କାରକୁ ପିନ୍ଧି ରାଜା ବେଶରେ ଭକ୍ତମାନ୍ନଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ ନୀଳମାଧବ ଏବଂ ଏହି ବେଶ ରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳେ ବୋଲି ପୂରାଣରେ ଲିପିବଦ୍ଧ ରହିଛି ।

nilamadhabaଜଗନ୍ନାଥଙ୍କ ଆଦିପିଠ ନୀଳମାଧବ ସ୍ଵର୍ଣ ଅଳଙ୍କାର ସହ ପାଟ ବସ୍ତ୍ର ପିନ୍ଧିଥାନ୍ତି । ସକାଳର ସମସ୍ତ ନୀତି କାନ୍ତି ସହ, ହୋମ ହୋଇଥାଏ । ଗୁପ୍ତ ନୀତିରେ ଅଙ୍ଗ ବସ୍ତ୍ର ପରିଧାନ ପରେ, ସ୍ଵର୍ଣ ଅଳଙ୍କାର ପିନ୍ଧିଥାନ୍ତି । ନୀଳମାଧବ କ୍ଷେତ୍ରରେ ବର୍ଷକୁ ଥରେ ଏହି ସୁନା ବେଶ ହୋଇଥିବାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ସମାଗମ ହୋଇଥାଏ । ଲୋକ ସଂଖ୍ୟା କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.