Below header

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା : ବଢ଼ିଲା ବିଦ୍ୟାଭାରତୀଙ୍କ ଅଡୁଆ

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । କୋର୍ଟକୁ ଡକରା ହେବେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ।

କଟକ/ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ବଢ଼ିଲା ବିଦ୍ୟାଭାରତୀଙ୍କ ଅଡୁଆ । ଖୋଲିଲା ପୁରୁଣା ଫାଇଲ । ସ୍ୱାମୀ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ପୁଣି ବିଚାର ହେବ । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । କୋର୍ଟକୁ ଡକରା ହେବେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ସମନ ଜାରି କରିବେ ପାରଳାଖେମୁଣ୍ଡି ଏସଡିଜେଏମ୍ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୦ ଓ ୧୨୦(ବି) ଦଫାରେ ସେମାନଙ୍କ ବିରୋଧରେ ବିଚାର ହେବ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କରିଥିବା ପିଟିସନକୁ ପାରଳାଖେମୁଣ୍ଡି ଏସଡିଜେଏମ୍ ଗ୍ରହଣ କରିଛନ୍ତି ।

ଏନେଇ ପ୍ରୋଟେଷ୍ଟ ପିଟିସନ୍ ଦାୟର କରିଥିଲେ ସୌମ୍ୟଙ୍କ ବାପା । ୩ ଅଭିଯୁକ୍ତଙ୍କୁ କୋର୍ଟ ସମନ୍ କରିବେ । କେଉଁ ଦିନ ସମନ କରାଯିବ ୨୭ ତାରିଖରେ ଦିନ ଧାର୍ଯ୍ୟ କରିବେ କୋର୍ଟ । ସୌମ୍ୟଙ୍କ ବାପା ନିଜ ପିଟିସନରେ ଦର୍ଶାଇଥିଲେ, ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସଠିକ ଭାବେ ହୋଇ ନାହିଁ । ଏହା ଏକ ଦୁର୍ଘଟଣା ନୁହେଁ । ଏସମ୍ପର୍କିତ ସମସ୍ତ ସାକ୍ଷ୍ୟ ପ୍ରମାଣ ଅଦାଲତରେ ଦାଖଲ କରିଥିଲେ । ସମସ୍ତ ତଥ୍ୟ ପ୍ରମାଣ ଓ ଦସ୍ତାବିଜ୍ ପାଇବା ପରେ ପାରଳାଖେମୁଣ୍ଡି ଏସଡିଜେଏମ୍ କହିଛନ୍ତି, ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ବିଚାରଯୋଗ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.