Below header

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧ ଜିଲ୍ଲା ଗସ୍ତ, ଗ୍ରାମୀଣ ଆବାସ ଯୋଜନା ଓ ରାଜମିସ୍ତ୍ରୀ ତାଲିମ ପ୍ରଶିକ୍ଷଣ ଶିବିର କଲେ ଉଦଘାଟନ

କନ୍ଧମାଳ: କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧ ଜିଲ୍ଲା ଗସ୍ତ। ବୌଦ୍ଧ ଟାଉନହଲ ଠାରେ ଗ୍ରାମୀଣ ଆବାସ ଯୋଜନା, ରାଜମିସ୍ତ୍ରୀ ତାଲିମ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଛନ୍ତି ଡ. ଅଚ୍ୟୁତ ସାମନ୍ତ। କିଟ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ରାଜମିସ୍ତ୍ରୀମାନେ ଯୋଗ ଦେଇଥିଲେ। ରାଜମିସ୍ତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ପୁସ୍ତିକାକୁ ଡ. ଅଚ୍ୟୁତ ସାମନ୍ତ ଉନ୍ମୋଚନ କରିବା ସହ ରାଜମିସ୍ତ୍ରୀଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ। ଆଗାମୀ ଦିନରେ ବୌଦ୍ଧରେ ସ୍କିଲ ଡେଭେଲପମେଣ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା କରିଥିଲେ ଡ. ଅଚ୍ୟୁତ ସାମନ୍ତ। ପରେ ସର୍କିଟ ହାଉସ ଠାରେ ଜିଲ୍ଲା ଭିଜିଲାନ୍‌ସ ମନିଟରିଂ କମିଟି ବୈଠକରେ ଯୋଗ ଦେଇଥିଲେ।

ଡ. ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗର ଯୋଜନା ସଂପର୍କରେ ଆଲୋଚନା କରାଯିବା ସହିତ ନିର୍ମାଣାଧୀନ ପ୍ରକଳ୍ପ ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ କରିବା ନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ସହରର ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ସେଣ୍ଟ ଜାଭିୟର ସ୍କୁଲର ନୂଆ କୋଠା ଉଦଘାଟନ କରିବା ସହ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏକ ସୁସ୍ଥ ସମାଜ ଓ ଉଜ୍ୱଳ ଭବିଷ୍ୟତ ପାଇଁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଏହା ସହ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.