Below header

ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ଦୁଇଟି ଗାଁରେ ଲାଗିଲା ୧୪୪ ଧାରା

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର ଶେଷ ସୀମାରେ ରହିଛି ଶୁକୃଲି ବ୍ଲକ । ଏହି ବ୍ଲକ ରେ ବାଲି ମାଫିଆଙ୍କ ଆତଙ୍କ ଥିଲା । ଏହାକୁ ଦମନ କରିବାକୁ ନେଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଶୁକୃଲି ବ୍ଲକ ରେ ଦୁଇଟି ଗାଁ ରେ ଲାଗିଲା ୧୪୪ ଧରା । ବାଲି ମାଫିଆଙ୍କୁ ରୋକିବା ପାଇଁ କରଞ୍ଜିଆ ଉପଜିଲ୍ଲାପାଳ ନେଇଛନ୍ତି ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ।

ଶୁକୃଲି ବ୍ଲକ ଅନ୍ତର୍ଗତ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗାଁ ରେ ବେଆଇନ ଭାବରେ ବାଲି ଚୋରି ହେଉଥିବାରୁ ଏହାକୁ ପ୍ରଶାସନ ଗୁରୁତ୍ୱ ଦେଇଛି। ଏହାକୁ ରୋକିବା ପାଇଁ ଅସ୍କିପାଳ ଏବଂ ଗମ୍ଭାରୀଆପାଳ ଗାଁ ରେ ଦୁଇ ମାସ ପାଇଁ ଲାଗିଲା ୧୪୪ ଧରା। ଏହି ଦୁଇ ଗାଁ ରେ ଶୁକୃଲି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ ଏବଂ ରରୁଆ ଥାନା ଅଧିକାରୀ ଦୟାନିଧି ଦାସ ପହଁଞ୍ଚି ନାଲି ଫିତା ଟାଙ୍କିବା ସହିତ ୧୪୪ ଧାରା ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.