Below header

ଅଲୋଡ଼ା ଶିଶୁ ର ମାଆ ହେବାପାଇଁ କାନ୍ଦୁଛି ମାଆ, କିନ୍ତୁ ମମତାର ମନକୁ ବୁଝୁନି ପ୍ରଶାସନ

ସତରେ ଏ ଦୁନିଆରେ ଏମିତି କାହିଁକି ଯେ ହୋଇଥାଏ, ମଣିଷ ଯାହା ଚାହେଁ ତାକୁ ମିଳେନି। ଏ ସମାଜ ତାକୁ ସାଥ୍‌ ଦିଏନି। ଆଜି ଆପଣଙ୍କ ପାଖକୁ ଏମିତି ଏକ ଦୃଶ୍ୟ ନେଇ ଆସିଛୁ, ଯାହାକୁ ଦେଖିବା ମାତ୍ରେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ଜଣେ ମା ଜନ୍ମ ଦେଇ ପର କରିଦେଲା , ସେଇ ଅଲୋଡ଼ା ନବ ଜନ୍ମିତ ଶିଶୁକୁ ଆଉ ଜଣେ ମା ଉଦ୍ଧାର କରି ମା ର ମାନ୍ୟତା ପାଇଁ ଡାକ୍ତରଖାନା ବାରଣ୍ଡାରେ ବସି ଲୁହ ଗଡାଉଛି। ଏଭଳି ଏକ ଦୃଶ୍ୟ ସମସ୍ତ ଦେଖଣାହାରୀଙ୍କ ମନରେ ଦୁଃଖ ଦେଇଛି।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗିଗୁଡା ଗାଁର ସ୍ୱାମୀ ମହେନ୍ଦ୍ର ବିଷୋୟୀ, ଏବଂ ସ୍ତ୍ରୀ ସୁନାତନି ହରିଜନଙ୍କର 4ଟି ଝିଅ ମଧ୍ୟରେ ଗୋଟିଏ ପୁଅ ଜନ୍ମ ହେଇଥିଲେ କିନ୍ତୁ ଏକ ମାତ୍ର ପୁଅ ଗତ ବର୍ଷ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା। ସେହିଦିନଠାରୁ ସୁନାତନିଙ୍କ ପରିବାରରେ ଦୁଃଖର କଳା ବାଦଲ ଘୋଡେଇ ହେଇ ଯାଇଥିଲା କିନ୍ତୁ ବୋଧହୁଏ ଭଗବାନ ସୁନାତନିଙ୍କ ବୁକୁଫଟା କାନ୍ଦ ଶୁଭିଗଲା। ଗତ 17 ତାରିଖରେ ସୁନାତନି ସକାଳୁ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହଟାତ ଏକ ନବଜନ୍ମିତ ଶିଶୁ ପୁତ୍ରର କ୍ରନ୍ଦନ ଶୁଣି ଏକ ପରିତ୍ୟକ୍ତ ଜାଗାରୁ ଉଦ୍ଧାର କଲେ। ଏହାପରେ ସେ ସ୍ଥାନୀୟ ଆଶା ଦିଦିଙ୍କ ସହାୟତାରେ ଡାକ୍ତରଖାନାକୁ ନେଇ ନବଜନ୍ମିତ ଶିଶୁର ଆବଶ୍ୟକୀୟ ସମସ୍ତ ଚିକିତ୍ସା କରେଇ ଦିନ ଟିଏ ନିଜ ଘରେ ରଖିଥିଲେ। ପୁଅଟିକୁ ପାଖରେ ପାଇ ସୁନାତନିଙ୍କୁ ଯେମିତି ଲାଗୁଥିଲା ତାଙ୍କ କୋଳ ପୂରିଗଲା। ତାଙ୍କ ଦୁଃଖ ସରିଗଲା। ଏହି ପୁଅର ମୁହଁକୁ ଦେଖି ମୃତ ପୁଅର ଦୁଃଖ ଭୁଲିବାବେଳେକୁ ପହଁଚିଗଲେ ଶିଶୁ ମଙ୍ଗଳ କମିଟି।

maaକମିଟିର କର୍ମକର୍ତ୍ତା ମାନେ ଶିଶୁଟିକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଇଛନ୍ତି। ଏପଟେ ସୁନାତନି ଶିଶୁଟିକୁ ଲାଳନ ପାଳନ କରି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ଜିଦ କରି, ଡାକ୍ତରଖାନା ବାରଣ୍ଡାରେ ତିନି ଦିନ ହେଲା ପଡି ରହିଛନ୍ତି। ଯଦି କେହି ସେ ଶିଶୁର ପ୍ରକୃତ ମାଆର ପରିଚୟ ଦେଇ ଶିଶୁଟିକୁ ନେଇଯାଏ ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ଗୋଟିଏ ପୁଅର ମୃତ୍ୟୁ ପରେ ଭଗବାନ ତାଙ୍କୁ ଏ ପୁଅ ଦେଇଛି ତେଣୁ ସେ ଶିଶୁଟିକୁ ସେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଯଦି ତାଙ୍କୁ ଶିଶୁଟିକୁ ଦିଆ ନ ଯାଏ ତ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ତାଙ୍କ ଦାବିରେ ଯଥାର୍ଥତା ରହିଛି ତେଣୁ ସୁନାତନିଙ୍କୁ ସେ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ସୁଯୋଗ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ଘର ଅଧକ୍ଷା କାଦମ୍ବିନୀ ତ୍ରିପାଠୀ।

ସେପଟେ ଏ ସମସ୍ତ ଘଟଣାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ପରେ ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ହେଲେ ବିଭିନ୍ନ ନିୟମ ରହିଛି ବୋଲି କହିଛନ୍ତି ଶିଶୁ ସୁରକ୍ଷା। ତେବେ ଏବେ କେବଳ ଦେଖିବାକୁ ଅପେକ୍ଷା ମା ର ମମତାର ବିଜୟ ହେଉଛି ନା ସରକାରୀ ନୀତି ନିୟମ ସୁନାତନିଙ୍କ କୋଳରୁ ଶିଶୁଟିକୁ ଛଡେଇ ନେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.