ଡ୍ରଗ୍ସ ମାମଲାରେ ଭାରତୀଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଗିରଫ, ମାନିଲେ ଗଞ୍ଜେଇ ନେଉଥିବା କଥା

ଭାରତୀଙ୍କ ସ୍ବାମୀ ହର୍ଷ ମଧ୍ୟ ଆଜି ଗିରଫ ହୋଇଛନ୍ତି । କମେଡିଆନ୍ ଭାରତୀ ସିଂହଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ଏନ୍ସିବି । ଗତକାଲି ହର୍ଷ ଲିମ୍ବାଚିୟା ପଚରାଉପରା ପାଇଁ ଏନସିବି ଆଗରେ ହାଜର ହୋଇଥିଲେ ମଧ୍ୟ ତାଙ୍କୁ ପଚରାଉଚରା ପରେ ଛାଡିଦିଆଯାଇଥିଲା । କିନ୍ତୁ ଆଜି ଡ୍ରଗ୍ସ ମାମଲାରେ ହର୍ଷଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ପ୍ରକାଶ କରିଛନ୍ତି । ଗତକାଲି ଭାରତୀଙ୍କ ଘରୁ ୮୬ ଗ୍ରାମର ଗଞ୍ଜେଇ ଜବତ କରିଥିଲା ଏନସିବି।   ଗିରଫ ପରେ ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖବର ମିଳିଛି।

ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ଚଢ଼ାଉ କରାଯାଇଥିଲା ଯେଉଁଥିରେ ସେମାନଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା। କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚରା ବେଳେ ହର୍ଷ ଏବଂ ଭାରତୀ ଡ୍ରଗ୍ସ ସେବନ କରୁଥିବା କଥା ସ୍ୱୀକାର କରିଛନ୍ତି।

harsh

ଗିରଫ ପରେ ଦୁହିଁଙ୍କୁ ରାତିରେ ଏନସିବି ଅଫିସରେ ରଖାଯାଇଥିଲା । ସେଠାରେ ତାଙ୍କୁ ପଚରାଉଚରା କରିଥିଲା ଏନସିବି। ଏହି ସମୟରେ ଭାରତୀଙ୍କ ମା’ ତାଙ୍କୁ ଦେଖାକରିବାକୁ ଏନସିବି ଅଫିସରେ ପହଞ୍ଚିଥିଲେ, କିନ୍ତୁ ଏନସିବି ତାଙ୍କୁ ଦେଖାକରିବାକୁ ଅନୁମତି ଦେଇନଥିଲା । ଏବେ କୋର୍ଟ ତାଙ୍କ ଉପରେ କ’ଣ ଫଇସଲା ଶୁଣାଉଛି, ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.