Below header

ଅପମିଶ୍ରିତ ମସଲା ଗୋଦାମ ଉପରେ ଚଢ଼ାଉ, ବିପୁଳ ପରିମାଣର ମସଲା ପ୍ୟାକେଟ ଜବତ

ଅପମିଶ୍ରିତ ମସଲା ଗୋଦାମ ଉପରେ ଚଢ଼ାଉ । ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଚତୁର୍ଥ ଲାଇନରେ ଅପମିଶ୍ରିତ ମସଲା ଗୋଦାମ ଉପରେ ପୋଲିସ ଓ ମହାନଗର ନିମଗର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ ।

ବ୍ରହ୍ମପୁର : ଅପମିଶ୍ରିତ ମସଲା ଗୋଦାମ ଉପରେ ଚଢ଼ାଉ । ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଚତୁର୍ଥ ଲାଇନରେ ଅପମିଶ୍ରିତ ମସଲା ଗୋଦାମ ଉପରେ ପୋଲିସ ଓ ମହାନଗର ନିମଗର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ । ଲଙ୍କା ଓ ହଳଦୀ ଗୁଣ୍ଡ ଓ ମସଲା ଗୁଣ୍ଡରେ ଅପମିଶ୍ରଣ ହୋଉଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗରେ ହୋଇଆସୁଥିଲା ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଓ ମହାନଗର ନିଗମ ପକ୍ଷରୁ ଆଜି ଚଢାଉ କରାଯାଇଥିଲା । ଚଢାଉ ବେଳେ ବିପୁଳ ପରିମାଣର ମସଲା ପ୍ୟାକେଟ , ମସଲା ପ୍ରସ୍ତୁତ ସାମଗ୍ରୀ ଜବତ କରିଛି ପୋଲିସ । ଚଢାଉ ପରେ ଗୋଦାମକୁ ସିଲ କରିଛି ପୋଲିସ । ଗୋଦାମ ମାଲିକ ଶିବ ଶଙ୍କର ସାହୁଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.