ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ, ୬ ମହିଳା ଗୁରୁତର

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ ।  ଅଟୋ ଓଲଟି ୬ ମହିଳା ଗୁରୁତର ହୋଇଛନ୍ତି । ଏମ ରାମ ପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଓଲଟିଛି ଅଟୋ ।

କଳାହାଣ୍ଡି : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ ।  ଅଟୋ ଓଲଟି ୬ ମହିଳା ଗୁରୁତର ହୋଇଛନ୍ତି । ଏମ ରାମ ପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଓଲଟିଛି ଅଟୋ । ଏକ ବିବାହ ଭୋଜିକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ୬ ଗୁରୁତରଙ୍କୁ ପ୍ରଥମେ ଏମ ରାମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଅଵସ୍ଥା ଖରାପ ହେବାରୁ ପରେ  ୫ ଜଣଙ୍କୁ ଭବାନୀପାଟଣା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ମଦନପୁର ରାମପୁର ଥାନା ତେଲସୁଲି ଗ୍ରାମପଞ୍ଚାୟତ ସାରଙ୍ଗପଡା ଓ ପଟାଙ୍ଗୀ ଗାଁର ବୋଲି ଜଣାଯାଇଛି । ୧୫  ଜଣ ମହିଳା ଓ ପୁରୁଷ ମିଶି କନ୍ଧମାଳ ଜିଲ୍ଲା ମାସ୍କାପୋଡି ଗାଁ ତାଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଆଟୋ ରିକ୍ସାଟି ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.