Below header

ଟଙ୍କା ଗଣତି ଶେଷ: ଏବେ ସ୍ଥାବର – ଅସ୍ଥାବର ସମ୍ପତ୍ତିର ତଦନ୍ତ କରିବ ଆୟକର ବିଭାଗ

ସରିଛି ଟଙ୍କା ଗଣା । ଶେଷ ହୋଇନି ରେଡ୍ । ୬ ତାରିଖ ରାତିରୁ ରେଡ୍ ଚାଲିଛି ଯେ ଚାଲଛି । ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଓଡ଼ିଶାରେ ଥିବା ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରାଯାଇଛି ।

ବଲାଙ୍ଗୀର (କେନ୍ୟୁଜ): ସରିଛି ଟଙ୍କା ଗଣା । ଶେଷ ହୋଇନି ରେଡ୍ । ୬ ତାରିଖ ରାତିରୁ ରେଡ୍ ଚାଲିଛି ଯେ ଚାଲଛି । ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଓଡ଼ିଶାରେ ଥିବା ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ପାହାଡ଼ ପରେ ଏବେ ଲକରରୁ ମିଳିଲା ପୁଳା ପୁଳା ସୁନା।

ଗତକାଲି ଷଷ୍ଠ ଦିନରେ ଆୟକର ବିଭାଗ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀକୁ ଧରି ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଟିଟିଲାଗଡ଼ସ୍ଥିତ ଆକ୍ସିସ ବ୍ୟାଙ୍କ ଲକର ଯାଞ୍ଚ କରିଛି। ଆକ୍ସିସ ବ୍ୟାଙ୍କର ୩ଟି ଲକର ମଧ୍ୟରୁ ଗୋଟିଏ ଲକରରୁ ମିଳିଛି ପୁଳାପୁଳା ସୁନା। ଅନ୍ୟପଟେ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମରେ ଜମା ହୋଇଛି ୨୮୫ କୋଟି ଟଙ୍କା। ଏତେ ଟଙ୍କା ମିଳିଲାଣି ଯେ, ଜବତ ଟଙ୍କା ରଖିବାକୁ SBI ଷ୍ଟ୍ରଙ୍ଗ ରୁମରେ ସ୍ଥାନ ନିଅଣ୍ଟ ପଡିଲାଣି। ବଲାଙ୍ଗିର ଷ୍ଟ୍ରଙ୍ଗ ରୁମରେ ୩୫୦ କୋଟି ଟଙ୍କା ରଖିବାର କ୍ଷମତା ରହିଛି। ଟଙ୍କା ଗଣତି ପରେ ଏବେ ମଦ ବ୍ୟବସାୟୀଙ୍କ ସମ୍ପତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଥିବା ବହୁ ସ୍ଥାବର – ଅସ୍ଥାବର ସମ୍ପତ୍ତି, ଆକଳନ କରୁଛନ୍ତି ଆୟକର ଅଧିକାରୀ ।

ରାଜ୍ୟ ଅବକାରୀ ବିଭାଗ ମଦ ବ୍ୟବସାୟ ଉପରେ ଚଢଉ ଆରମ୍ଭ କରିଛି। ମଦ ବ୍ୟବସାୟୀ ବଳଦେବ ସାହୁ ଆଣ୍ଡ ସନ୍ସ ମାଲିକାନାରେ ଥିବା ସବୁ ମଦଭାଟିରେ ଯାଞ୍ଚ କରାଯାଇଛି। ମଦ ତିଆରି କାରଖାନା ସଂକ୍ରାନ୍ତ ଦସ୍ତାବିଜର ଖୋଳତାଡ କରାଯାଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କର ବ୍ୟାଙ୍କ ଆକାଉଣ୍ଟ ଓ ବିଭିନ୍ନ ଡକ୍ୟୁମେଣ୍ଟର ଯାଞ୍ଚ କରିଛି ଆୟକର ବିଭାଗ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ଜବତ ହୋଇଛି ୪ଟି ଲାପଟପ୍, ୨ଟି ହାର୍ଡଡିସ୍କ, ଡାଏରୀ ଓ ଖାତା । ଇନିସ୍ପେକଟର ତିୱାରୀଙ୍କ ନାଁରେ ୫ ଲକ୍ଷ ଟଙ୍କା ମିଳିଥିବା ଘଟଣାରେ ଖୋଳତାଡ କରୁଛି ଆଇଟି ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.